ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ୨୦ ଏପ୍ରିଲ ପରେ କାର୍ଯ୍ୟକ୍ଷମ ହେବ

ବାସ୍ତବ ବ୍ୟୁରୋ-ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ଯେମିତି କି ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ୨୦ ଏପ୍ରିଲ ପରେ କାର୍ଯ୍ୟକ୍ଷମ ହେବ। କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ପାଇଁ ଅନୁମତି ମିଳିବ ନା କେବଳ ଜରୁରୀ ସାମଗ୍ରୀ ପାଇଁ ଅନୁମତି ଦିଆଯିବ ବୋଲି ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଏହି ବିଷୟରେ କିଛି ଦ୍ୱନ୍ଦ ରହିଥିବାରୁ କମ୍ପାନୀଗୁଡିକ ଗୃହମନ୍ତ୍ରଣାଳୟର ସ୍ପଷ୍ଟୀକରଣରୁ ଅପେକ୍ଷା କରିଛନ୍ତି ।

ତେବେ ବୁଧବାର ଜାରି କରାଯାଇଥିବା ଗାଇଡଲାଇନରେ ମନ୍ତ୍ରଣାଳୟ କହିଛି ଯେ, ଏପ୍ରିଲ ୨୦ରୁ କରୋନା ହଟସ୍ପଟ ନଥିବା ଅଞ୍ଚଳରେ ଏଭଳି ସେବା ଆରମ୍ଭ ହେବ । ଏହା ପରେ କମ୍ପାନୀଗୁଡିକ ସେମାନଙ୍କ କାମକୁ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । . ଏଭଳି ସେବା ବନ୍ଦ ହେତୁ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବ୍ରତ ବାଗଚୀଙ୍କ କରୋନା ସମ୍ପର୍କିତ ସୂଚନା

Thu Apr 16 , 2020
ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି। ସାମାଜିକ ଦୂରତ୍ୱକୁ ପାଳନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।  କରୋନା ମୁକାବିଲା ନେଇ ସବୁ ଜିଲ୍ଲାରେ କୋଭିଡ଼୍-୧୯ ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।  ରାଜ୍ୟରେ ମୋଟ୍ ୩୫ଟି କୋଭିଡ଼୍ ହସ୍ପିଟାଲ ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ୨୧ଟି କୋଭିଡ଼୍ ହସ୍ପିଟାଲ କାର୍ଯ୍ୟକ୍ଷମ […]

You May Like

Pin It on Pinterest