ବଦଳିଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ,୩୦ ଜିଲ୍ଲା ପାଇଁ ୨୫ ବରିଷ୍ଠ ବିଜେଡି ନେତାଙ୍କୁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ବ…

ବାସ୍ତବ ବ୍ୟୁରୋ: ବିଜେଡି ପକ୍ଷରୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ୨୫ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ଆଜି ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ ଜିଲ୍ଲାର ଦାୟିତ୍ବ ମିଳିଥିବା ବେଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫୋକସରେ ଥିବା ଜିଲ୍ଲାଗୁଡ଼ିକରେ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଦିଆଯାଇଥିବା କୁହାଯାଉଛି।

ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇ ଥିବା ବେଳେ ଅତନୁ ସବ୍ୟସାଚୀ ନାୟକ ରାୟଗଡ଼ା ଓ ଗଜପତି ଓ ଦିବ୍ୟଶଙ୍କର ମିଶ୍ର କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଦାୟିତ୍ବରେ ରହିବେ।

ସେପଟେ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ମୟୂରଭଞ୍ଜ, ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ବର, ସୁଧୀର କୁମାର ସାମଲଙ୍କୁ ବରଗଡ଼, ପ୍ରତାପ ଜେନାଙ୍କୁ ଭଦ୍ରକ, ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର,ଅମରେଶ ଜେନାଙ୍କୁ ଦେବଗଡ଼, ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କଟକ, ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର,ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ଅରୁଣ କୁମାର ସାହୁଙ୍କୁ ଜଗତସିଂହପୁର, ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରଣବ ବଳବନ୍ତରାୟଙ୍କୁ କାଳହାଣ୍ଡି, ରବୀନ୍ଦ୍ର କୁମାର ଜେନାଙ୍କୁ ଖୋର୍ଦ୍ଧା, ଈଶ୍ବର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ପଦ୍ମନାଭ ବେହେରାଙ୍କୁ ନୟାଗଡ଼, ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୁନ୍ଦରଗଡ଼, ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ଦେବେଶ ଆଚାନର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ତେବେ ଏଥର ବାଦ୍‌ ପଡିଛନ୍ତି ମନ୍ତ୍ରୀ ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୂଜାରୀ ଓ ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଶୋକାଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି...

Mon Mar 27 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲା ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। ଆଜି (ସୋମବାର) କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା […]

You May Like

Pin It on Pinterest