ସୁବ୍ରତ ବାଗଚୀଙ୍କ କରୋନା ସମ୍ପର୍କିତ ସୂଚନା

ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି। ସାମାଜିକ ଦୂରତ୍ୱକୁ ପାଳନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।  କରୋନା ମୁକାବିଲା ନେଇ ସବୁ ଜିଲ୍ଲାରେ କୋଭିଡ଼୍-୧୯ ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।  ରାଜ୍ୟରେ ମୋଟ୍ ୩୫ଟି କୋଭିଡ଼୍ ହସ୍ପିଟାଲ ପ୍ରସ୍ତୁତି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ୨୧ଟି କୋଭିଡ଼୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି ।  ଏହାସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି ।  କରୋନା ଚିକିତ୍ସା ନେଇ ହାଇଡ୍ରୋ କ୍ଲୋରୋକ୍ୱିନ୍ ବିଷୟରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ନିର୍ଦ୍ଦେଶନାମାରେ ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋ କ୍ଲୋରୋକ୍ୱିନ୍ ନିଅନ୍ତୁ ନାହିଁ ବୋଲି ସେ କହିଛନ୍ତି ।

କରୋନା ବିଶ୍ୱରେ ୧ଲକ୍ଷ ୩୪ହଜାରରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ଟପିଛି ।  କରୋନାରେ ମାହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ ଓ ରାଜସ୍ଥାନ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ବୋଲି ସୂଚନା ରହିଛି ।  ଏହାସହ ଭାରତରେ ୧୨୩୮୦ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ସେହି ୬୦ରେ ସୀମିତ ରହିଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ରାଜ୍ୟରେ କରୋନାରେ ୪୦ଜଣ ଆକ୍ଟିଭ ରହିଥିବା ବାଗଚୀ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରରେ କରୋନା ସ୍ଥିତିର ରିପୋର୍ଟ

Thu Apr 16 , 2020
ବାସ୍ତବ ବ୍ୟୁରୋ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ଯେ, ଭୁବନେଶ୍ୱରରେ ସର୍ବାଧିକ ୪୬ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩୪ ଜଣ ସକ୍ରିୟ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି । ସେୟାର କରନ୍ତୁ

You May Like

Pin It on Pinterest