
ସଂଜୟଶତପଥୀ(କଟକ): ପୈ।ରାଣିକ ମତବାଦର କାଞ୍ଚି ଅଭିଯାନ ହେଉ ବା ରାଜା ବଳିଙ୍କର ପାତାଳ ଗମନ ହେଉ ଅଥବା ମାଳିକା ବର୍ଣ୍ଣିତ ହେଉ କଟକ ଜିଲ୍ଲାର ଉରାଳୀ ଗ୍ରାମରେ ବିଗତ ୪୦୦ ବର୍ଷ ପୂର୍ବରୁ ସ୍ବୟଂ ବିରାଜମାନ ପ୍ରଭୁ ଶ୍ରୀ ଦଧୂବାମନଜୀଉଙ୍କର ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହେଉଛି।
ତ୍ରିଦିବସୀୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ପବିତ୍ର କଳସ ଯାତ୍ରା,ଅଧୂବାସ, ହୋମଯଜ୍ଞ ଓ ଉପଚାର ପୂଜା ପ୍ରଭୁ ନୀଳାଦ୍ରିନାଥଙ୍କ ବିଜେପୀଠସ୍ଥଳୀର ନୀତି ନିୟମ ଅନୁଯାୟୀ କରାଯାଉଛି। ଶ୍ରଦ୍ଧାଳୁମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ଭରିଦେବା ପ୍ରୟାସ ରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଭୁଙ୍କର ପ୍ରିୟ ଦେବଦାସୀ ନୃତ୍ୟ, ଆଧ୍ୟାତ୍ମିକ ଭଜନ ଓ ପ୍ରସିଦ୍ଧ ପ୍ରବଚକଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି।
ନିଜର ଉତ୍କଣ୍ଠାକୁ ରୋକି ନ ପାରି ଏହି ପବିତ୍ର କାର୍ଯ୍ୟକ୍ରମରେ ଆମେ ପହଞ୍ଚିଥିଲୁ ଏହି ପବିତ୍ର ବାମନ କ୍ଷେତ୍ରର ପ୍ରଭୁ ଶ୍ରୀ ଦଧୂବାମନଜୀଉଙ୍କର ବିଜେ ପୀଠସ୍ଥଳୀଠାରେ ପ୍ରଭୁଙ୍କର ମହିମା ବିଷୟରେ ଜାଣିବାକୁ ଏବଂ ଗୁହାରି କରିବାକୁ ଶ୍ରୀ୍ରଙ୍ଗାଚରଣେ ଏହି ବିଶ୍ୱବାସୀଙ୍କୁ ସୁଖରେ ରଖୂବାକୁ। ଏହି ଅବସରରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ଠାରୁ ପ୍ରଭୁଙ୍କ ମହିମା ବିଷୟରେ କିଛି ଜାଣିବା କଥା ସଂଗ୍ରହ କରିଥୂଲୁ।
ପରିଚାଳନା କମିଟିର ମୂଖ୍ୟ ଶ୍ରୀ ଚକ୍ରଧର ମହାରଣାଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ବେଳେ ଶ୍ରୀ ଅତିଥି ଚରଣ ସାହୁ, ଶ୍ରୀ ରମାକାନ୍ତ ବେହେରା, ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି, ଶ୍ରୀ ଲକ୍ଷ୍ମୀଧର ସ୍ବାଇଁ, ଶ୍ରୀ କେଦାରନାଥ ସାହୁ, ଶ୍ରୀ ଲକ୍ଷ୍ମଣ ସାହୁ, ଶ୍ରୀ ଶ୍ୟାମ ସୁନ୍ଦର ମହାରଣା, ଶ୍ରୀ ମହେଶ୍ୱର ସାହୁ ସହଯୋଗ କରୁଥିଲା ବେଳେ ଶ୍ରୀ ଦଧୂବାମନଜୀଉ ଯୁବକ ସଂଘ ର ସଦସ୍ୟ ଶ୍ରୀ ଚନ୍ଦ୍ରମଣି ବେହେରା ଓ ଶ୍ରୀ ଯତୀନ୍ଦ୍ର ସାହୁ (ହରିବୋଲ) ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ମୂଖ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରତିଦିନ ସ୍ଥାନୀୟ ଉରାଳୀ ଗ୍ରାମ୍ୟ କମିଟି ପକ୍ଷରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।