କପିଳପ୍ରସାଦ-ଜଟଣୀ ରୋଡ ସମ୍ପ୍ରସାରଣ ରେ ଅହେତୁକ ଵିଳମ୍ବକୁ ନେଇ ତେଜୁଛି ଜନ ଅସନ୍ତୋଷ,ଭୋଟ ବର୍ଜନ କରିବାର ଚେତାବନି…

ଭୁବନେଶ୍ୱର/୨୮/୦୩ : ଭୁବନେଶ୍ୱର ଉପଖଣ୍ଡ ଵିକାଶ ମଞ୍ଚ ଆହ୍ଵାନ କ୍ରମେ ରବିବାର ଦିନ ଏକ ଏକତା ସମାବେଶ, ଶୁଭଶ୍ରୀ ଭିଲା ସଭା କକ୍ଷରେ ଆୟୋଜିତ ହୋଇଯାଇଛି। ସୁନ୍ଦରପଦା ଵିଏମସି ସୀମା ଠାରୁ ନେଇ ପଧାନ ସାହି ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଗଢି ଉଠିଥିଵା ଆପାର୍ଟମେଣ୍ଟ ଵାସିନ୍ଦା ମାନେ ଏକଜୁଟ ହୋଇ ଭୁବନେଶ୍ୱର କୁ ସଂଯୋଗ୍ କରୁଥିବା କପିଳପ୍ରସାଦ- ଜଟଣୀ ରୋଡ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନଧରି ଅହେତୁକ ଵିଳମ୍ବ କରା ଯାଉଥିଵା ପ୍ରସଙ୍ଗକୁ ନେଇ ତୀଵ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଛି।

ଉକ୍ତ ଏକତା ସମାବେଶରେ ୧୭ଟି ଆପାର୍ଟମେଣ୍ଟର ସଭାପତି ଏବଂ ସମ୍ପାଦକ ମାନେ ସମ୍ମିଳିତ ସ୍ୱରରେ ରାସ୍ତା ନିର୍ମାଣ କାଯ୍ୟକୁ ତ୍ଵରାନିତ କରିବା ନିମନ୍ତେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକୀ ପତ୍ର ଦେଵାକୁ ସର୍ଵ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇଛି ଏବଂ ଵିଭିନ୍ନ ସମ୍ବାଦ ପତ୍ରରେ ସୂଚନା ଅନୁଯାୟୀ ଆଗାମୀଦିନରେ ସାଧାରଣ ନିର୍ଵଚନ ପୂର୍ଵରୁ ଯଦି ରାସ୍ତା କାମ ସମ୍ପୂର୍ଣ୍ଣ ନହୁଏ ତେବେ ଉକ୍ତ ଅଞ୍ଚଳରେ ଆପାର୍ଟମେଣ୍ଟର ଵାସିନ୍ଦା ମାନେ ଭୋଟ ଵର୍ଜ୍ଜନ କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଲେ।

ସୂଚନା ଥାଉକି ସହର ନିକଟବର୍ତ୍ତୀ ହୋଇଥିଵାରୁ ଏଠାରେ ଅଵସର ପ୍ରାପ୍ତ ସରକାରୀ ଅଫିସର, ପ୍ରଶାସକ, ଯନ୍ତ୍ରୀ, ତନ୍ତ୍ରୀ, ପୋଲିସ, ଡାକ୍ତରଙ୍କ ସମେତ ଵହୁ ସମ୍ମାନଜନକ ଵରିଷ୍ଠ ନାଗରିକ ମାନେ ଘର ଖଣ୍ଡିଏ କରିଥିଲେ ମଧ୍ୟ ସମସ୍ତ ପ୍ରକାରେ ମୌଳିକ ସୁଵିଧାରୁ ଵଞ୍ଚିତ ହୋଇ କଷ୍ଟରେ ଜୀଵନ ଯାପନ କରୁଛନ୍ତି। ଏଠାର ମୁଖ୍ୟ ସମସ୍ୟା ହେଲା ରାସ୍ତା। ଅବୈଧ ନିର୍ମାଣ, ରାସ୍ତା ଜଵରଦଖଲ, ଦୃତ ଏବଂ ଅମାନିଆ ଯାନଵାହାନ ଚଳାଚଳ, ଗାଈ, ମଇଁଷି, ଷଣ୍ଢ, ଙ୍କ ଅନିୟନ୍ତ୍ରିତ ଯାତା ୟତ ରେ ସଙ୍କୁଚିତ ରାସ୍ତା ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ଏକକ ରାସ୍ତାକୁ ଚାରି ଥାକିଆ ରାସ୍ତାରେ ପରିଵତ୍ତିତ କରାଯାଇ, ଡ୍ରେନ ନିର୍ମାଣ ତଥା ଆଲୋକିକରଣ କରାଯିଵାକୁ ଵହୁତ ଦିନରୁ ଦାଵୀ ହୋଇ ଆସୁଥିଲେ ମଧୟ ସରକାର ଟିକିଏ କର୍ଣ୍ଣ ପାତ କରିନାହାନ୍ତି।

ଏହା ସହିତ ସାଧାରଣ ବୈଠକରେ ଆଗାମୀ ତିନି ବର୍ଷ ପାଇଁ, ଵିକାଶ ମଞ୍ଚର କର୍ମକର୍ତ୍ତା ନିର୍ଵାଚନ କରାଯାଇ, ଏହି ଅଞ୍ଚଳରେ ଵିକାଶ ପାଇଁ କାମ କରିଵା ଲାଗି ସଂକଳ୍ପ ନେଇଛନ୍ତି ସେମାନେ ହେଲେ – ସଭାପତି ଵିମ୍ବାଧର ସାହୁ, ଉପ ସଭାପତି – ସର୍ଵେଶ୍ୱର ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ଆଲୋକ କୁମାର ମହାପାତ୍ର, ପ୍ରଦୀପ୍ତ କୁମାର ନାୟକ, ମହେଶ ଦାଶ, ସାଧାରଣ ସମ୍ପାଦକ – ରଜନୀକାନ୍ତ ସାମନ୍ତରାୟ, ସଂଗଠନ ସମ୍ପାଦକ – ପ୍ରବୋଧ ସାମଲ, ମିଡିଆ ସମ୍ପାଦକ – ପ୍ରଵୀଣ କୁମାର ନନ୍ଦ, କୋଷାଧୟକ୍ଷ – ଅଶୋକ କୁମାର ନାୟକ, ସହାୟକ –ଵଦ୍ରୀନାରାୟଣ ସୁଵୁଦ୍ଧି ସମେତ ୨୧ ଜଣିଆ କମିଟି ଚୟନ କରାଯାଇଛି। ଗୀତାରାଣୀ ପଣ୍ଡା ମହିଳା ସେଲର ସମ୍ପାଦିକା, ଏବଂ ପ୍ରଫେସର ବିକେ ମହାନ୍ତି ଙ୍କୁ ଅଧକ୍ଷ ଭାବେ ମନୋନୀତ କରାଗଲା।

ଏହି କାର୍ଯ୍ୟକ୍ରମ କୁ ସଭାପତି ଵିମ୍ବାଧର ସାହୁ ଅଧକ୍ଷତା କରିଥିଲାବେଳେ ସାଧାରଣ ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ ଵିଵରଣୀ ପାଠ କରିଥିଲଲେ। ସେଷରେ ଵିଏମ୍ ପଟ୍ଟନାୟକ, ପ୍ରକାଶ କୁମାର ପଣ୍ଡା, ରୀତା ମହାପାତ୍ର, କେ କେ ସ୍ଵାଇଁ, ସନ୍ତୋଷ ମହାପାତ୍ର, ସୁରଜିତ ପଟ୍ଟନାୟକ, ଉମାକାନ୍ତ ଜେନା, ପୁଷ୍ପିତା ପଣ୍ଡା,ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଵିଭିନ୍ନ ଉନ୍ନୟନ ମୂଳକ କାଯ୍ୟ ଉପରେ ଆବଲାକପାତ କରିଥିଲେ।ପ୍ରବୀଣ କୁମାର ନନ୍ଦ ମିଡ଼ିଆ ସଂପାଦକ ମଂଚ ସଂଚାଳନ କରି ଏକତା ସ୍ୱରରେ ସମସ୍ତଙ୍କୁ ଏକାଠି କରିଛନ୍ତି ବୋଲି
ସାଧାରଣ ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାନ୍-ଆଧାରକୁ ସଂଯୋଗ କରିବାର ସମୟସୀମା ବୃଦ୍ଧି

Tue Mar 28 , 2023
ବାସ୍ତବ ବ୍ୟୁରୋ:କେନ୍ଦ୍ର ସରକାର ପାନ୍-ଆଧାରକୁ ସଂଯୋଗ କରିବାର ସମୟସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରିଲିଜ୍ ଅନୁଯାୟୀ, ପାନ୍ କୁ ଆଧାର ସହିତ ସଂଯୋଗ କରିବାର ସମୟ ସୀମା ମାର୍ଚ୍ଚ ୩୧ ରୁ ଜୁନ୍ ୩୦ , ୨୦୨୩ କୁ ବୃଦ୍ଧି କରାଯାଇଛି। ଆଧାର-ପାନ୍ ଲିଙ୍କ୍ ପାଇଁ ସମୟ ସୀମା ଅତୀତରେ ଅନେକ ଥର ବୃଦ୍ଧି କରାଯାଇଛି । ମାର୍ଚ୍ଚ […]

You May Like

Pin It on Pinterest