
ସନ୍ତୋଷ ପାତ୍ର(ନର୍ଲା):ପଂଚାୟତ ସମିତି ଯୁକ୍ତ ଦୁଇ କଲେଜ ପରିସରରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଅବସର ପ୍ରାପ୍ତ ସମାଜବିଜ୍ଞାନ ପ୍ରାଧ୍ୟାପକ ଶ୍ରୀ ଯୁକ୍ତ ଅମୂଲ୍ୟ କୁମାର ମହାନ୍ତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା ।
ଶ୍ରୀଯୁକ୍ତ ମହାନ୍ତି ଜଣେ ଦକ୍ଷ, ସଚ୍ଚୋଟ, ମେଲାପି, କର୍ମବୀର ସହିତ ଦୟାବାନ ବ୍ୟକ୍ତି ର ପରିଚୟ ଦେଇ ଯୁକ୍ତ ଦୁଇ କଲେଜ କୁ ଗଢ଼ିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା , ଶ୍ରୀଯୁକ୍ତ ମହାନ୍ତି ୧୯୮୯ ମସିହା ଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ସୁରୁଖୁରୁରେ କାର୍ଯ୍ୟ ତୁଲାଇଥିଲେ ଉକ୍ତ ବିଦାୟ କାଳୀନ ସମ୍ବର୍ଦ୍ଧନା ଅବସରରେ ପୂର୍ବତନ ଛାତ୍ର ଛାତ୍ରୀ ସହିତ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।



