
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ପଵିତ୍ର ରାମ ନବମୀ ଅବସରରେ ଚାନ୍ଦବାଲି, ମତୋ ଓ ଘଣ୍ଟେଶ୍ବର ଅଞ୍ଚଳ ରୁ ଶ୍ରୀ ରାମଚନ୍ଦ୍ର ଙ୍କ ମେଢ ବାହାର କରାଜାଇ ଏକ ବଡ ପଟୁଆର ରେ ନିଆଯାଇ ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଗାନ୍ଧୀ ପଡିଆ ମଧ୍ୟରେ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ଧୁମଧାମରେ ଶେଷ ହୋଇଛି ।
କୁହାଯାଏ ଆଜିର ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଲଙ୍କାକୁ ଵିଜୟ କରିବା ସହିତ ଆଜିର ଦିନରେ ପୁନର୍ବାର ତାଙ୍କର ରାଜ୍ୟାଭିଷେକ ମଧ୍ୟ ହୋଇଥିଲା । ତେବେ ଆଜିର ଏହି ଦିନକୁ ହିନ୍ଦୁ ମାନେ ରାମ ନବମୀ ଉତ୍ସବ ଭାବରେ ସାରା ଭାରତ ବର୍ଷ ପାଳନ କରିଥାନ୍ତି। ଏହି ରାମନବମୀ ଉତ୍ସବଟି ଦୀର୍ଘ ୨୬ ବର୍ଷ ଧରି ଭଦ୍ରକ ବାସୀ ପାଳନ କରୁଥିବା ବେଳେ ଏହାରି ଭିତରେ ଦୀର୍ଘ ୩ ବର୍ଷ ଧରି ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରୀ ରାମଙ୍କ ମେଢ଼ ପ୍ରସ୍ତୁତ କରିବା ସହ ଭଦ୍ରକ ଅଭିମୁଖେ ବାହାରି ଭଦ୍ରକରେ ଆୟୋଜନ ହୋଇଥିବା ଏହି ରାମ ନବମୀ ଉତ୍ସବରେ ସାମିଲହୋଇଛନ୍ତି।
ଏହିଦିନ ଭଦ୍ରକରୁ ବିଭିନ୍ନ ଅଞ୍ଚଳରୁ ମେଢ଼ ଆସି ଗୋଟିଏ ସ୍ଥାନରେ ଏକତ୍ରିତ ହେବା ସହିତ ଏକ ବିଶାଳ ଜନ ସମାଗମ ହୋଇଥାଏ। ଏହି ଉତ୍ସବଟି ଶାନ୍ତି ଶୃଙ୍ଖଳା ସହିତ ଭଦ୍ରକ ବାସୀ ପାଳନ କରୁଥିବା ବେଳେ ଏହି ପର୍ବଟି ଏକ ଭାଇଚାରାର ପର୍ବବୋଲି ଲୋକେ କହିଥିବା ବେଳେ ଏହି ପର୍ବରେ ହିନ୍ଦୁମାନଙ୍କୁ ଏକତ୍ରିତ କରି ବାନ୍ଧି ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।