
ବାସ୍ତବ ବ୍ୟୁରୋ-ସେସୁ ପକ୍ଷରୁ ରାଜ୍ୟରେ ଚାଲିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ଯଦି ଗ୍ରାହକମାନେ ଧାର୍ଯ୍ୟତାରିଖ ମଧ୍ୟରେ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏପ୍ରିଲ ମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ । ଯେଉଁମାନେ ମାର୍ଚ୍ଚ ମାସ ପାଇଁ ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଦେୟ ପ୍ରଦାନ କରିନାହାନ୍ତି, ସେମାନେ ମଧ୍ୟ ଏହି ରିହାତି ପାଇପାରିବେ ବୋଲି ସେସୁ ପକ୍ଷରୁ କୁହାଯାଇଛି ।ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ବିଦ୍ୟୁତ ବିଲକୁ ମୋବାଇଲ ରେ ଏସଏମଏସ ମାଧ୍ୟମରେ ପଠାଯିବ । ସେହିପରି ଗ୍ରାହକମାନେ ଅନଲାଇନ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟାଙ୍କିଙ୍ଗ୍,ଡେବିଟ କାର୍ଡ, କ୍ରେଡିଟ କାର୍ଡ ମାଧ୍ୟମରେ ପୈଠ କରିହେବ । ଲକଡାଉନ ଯୋଗୁଁ ମିଟର ରିଡିଂ ନେବା ସମ୍ଭବ ହେଉନଥିବାରୁ ପୂର୍ବ ରିଡିଂ ଅନୁସାରେ ବିଲ ପ୍ରସ୍ତୁତ ହେବ ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଜିହିଁ ଡାଉନ୍ ଲୋଡ୍ କରନ୍ତୁ
bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ ।