ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର….

ନ୍ତୋଷ ପାତ୍ର(ନର୍ଲା): ନର୍ଲାରାଡ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ଙ୍କୁ ୨୦୧୭ ମସିହା ପାଇଁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର (ରାଜ୍ୟପାଳ ପୁରସ୍କାର)ରେ ସମ୍ମାନିତ କରାଯାଇଛି।

ପବିତ୍ର ଉତ୍କଳ ଦିବସ ଅବସରରେ ଶ୍ରୀଯୁକ୍ତ କର ସମେତ ରାଜ୍ୟର ୫୭ ଜଣ କୃତି ଶିକ୍ଷକ ଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି। ଶ୍ରୀଯୁକ୍ତ କର ବିଜ୍ଞାନର ଜଟିଳ ବିଷୟକୁ ସ୍ବଳ୍ପ ମୂଲ୍ୟ ବା ବିନା ମୂଲ୍ୟର ଉପକରଣ ତିଆରି କରି ଶିକ୍ଷାଦାନ କରିବା, ବିଜ୍ଞାନ ଲେଖା, ବିଜ୍ଞାନ ସମ୍ପର୍କିତ ଦୃଶ୍ୟ ଶ୍ରାବ୍ୟ ସାମଗ୍ରୀ ପ୍ରସ୍ତୁତି ତଥା ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର ପାଈଁ କାର୍ଯ୍ୟ କରିଆସୁଛନ୍ତି ।

ପୂର୍ବରୁ ସେ ଜଙ୍ଗଲ ପରିବେଶ ଓ ପାଣିପାଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫ ରୁ ଜାତୀୟ ପର୍ଯ୍ୟାବରଣ ମିତ୍ର ଶିକ୍ଷକ ପୁରସ୍କାର,ଏନ.ସି.ଇ.ଆର.ଟି ଦ୍ୱାର ଆୟୋଜିତ ବିଜ୍ଞାନ ମନ୍ଥନ କାର୍ଯ୍ୟକ୍ରମର ଏକାଡେମୀକ ବୋର୍ଡ ସଦସ୍ୟ, ଆନ୍ତର୍ଜାତିକ ବିଜ୍ଞାନ ମହୋତ୍ସବ ର କାର୍ଯ୍ୟକ୍ରମ ସଂଚାଳକ, ରାଜ୍ୟ ସରକାର ଙ୍କ ତରଫରୁ ପ୍ରକୃତି ବନ୍ଧୁ,ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଶ୍ରେଷ୍ଠ ବିଜ୍ଞାନ ସଂଚାରକ, ପ୍ଲାଟିନମ ବିଜ୍ଞାନ କ୍ଲବ ସଦସ୍ୟ ଆଦି ଅନେକ ପୁରସ୍କାର ରେ ସମ୍ମାନିତ ହେଇଛନ୍ତି।

ଏହା ବ୍ୟତିତ ବିଭିନ୍ନ ଭାରତ ଜ୍ଞାନ ବିଜ୍ଞାନ ସମିତି, ଓଡିଶା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ପ୍ରତିଭା, ବୈଜ୍ଞାନିକ ଚର୍ଚ୍ଚା ଆଦି ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହେଇଛନ୍ତି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ନେଶା ରେଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ କଳାହାଣ୍ଡି ର ଅନେକ ସରକାରୀ ବେସରକାରୀ ଅଧିକାରୀ ସମେତ ବୁଦ୍ଧଜୀବୀମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାମ ନବମୀରେ ଦୁଲୁକିଲା ଚାନ୍ଦବାଲି ସମେତ ମତୋ ଓ ଘଣ୍ଟେଶ୍ବର,ସାମିଲ ହେଲେ ହଜାର ହଜାର ଭକ୍ତ....

Sat Apr 1 , 2023
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ପଵିତ୍ର ରାମ ନବମୀ ଅବସରରେ ଚାନ୍ଦବାଲି, ମତୋ ଓ ଘଣ୍ଟେଶ୍ବର ଅଞ୍ଚଳ ରୁ ଶ୍ରୀ ରାମଚନ୍ଦ୍ର ଙ୍କ ମେଢ ବାହାର କରାଜାଇ ଏକ ବଡ ପଟୁଆର ରେ ନିଆଯାଇ ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଗାନ୍ଧୀ ପଡିଆ ମଧ୍ୟରେ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ଧୁମଧାମରେ ଶେଷ ହୋଇଛି । କୁହାଯାଏ ଆଜିର ଦିନରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଲଙ୍କାକୁ ଵିଜୟ କରିବା ସହିତ ଆଜିର ଦିନରେ […]

You May Like

Pin It on Pinterest