ଆଜିଠୁ ମା’ ହିଙ୍ଗୁଳାଙ୍କ ଯାତ୍ରା…

ବାସ୍ତବ ବ୍ୟୁରୋ: ଆଜି (ମଙ୍ଗଳବାର)ଠାରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ଗୋପାଳଗଡ଼ସ୍ଥିତ ୧୯ ତମ ଲୋକ ମହୋତ୍ସବ । ମାଙ୍କ ଯାତ୍ରା ପାଇଁ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ତାଳଚେର ଉପଖଣ୍ଡ ତଥା ତାଳଚେର ଉପଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡ ପକ୍ଷରୁ ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ତେବେ ମାଆ ବର୍ଷକୁ ଥରେ ଅଗ୍ନି ରୂପରେ ଦର୍ଶନ ଦେଇଥାନ୍ତି । ବିଶ୍ୱାସ ରହିଛି କି ମାଆଙ୍କର ଏହି ରୂପକୁ ଦର୍ଶନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ।

ଚଳିତ ବର୍ଷ ମାଙ୍କ ମନ୍ଦିରଠାରୁ ମାତ୍ର କିଛି ମିଟର ଦୂରରେ ଉଭାସ୍ଥଳ ହୋଇଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ସମଗ୍ର ପୀଠକୁ ସିସିଟିଭି ନଜରରେ ରଖାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେହିପରି ଖରା ଓ ଅଂଶୁଘାତକୁ ଦୃଷ୍ଟିରେ ରଖି ମେଡିକାଲ୍‌ ଟିମ୍‌ ବ୍ୟବସ୍ଥା କରାଯାଇଛି। ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କଲା ଚୀନ:୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏହିପରି କାର୍ଯ୍ୟ କରିଛି ଡ୍ରାଗନ୍

Tue Apr 4 , 2023
ବାସ୍ତବ ବ୍ୟୁରୋ: ପୁଣି ଥ‌ରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କଲା ଚୀନ । ୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏହିପରି କାର୍ଯ୍ୟ କରିଛି ଡ୍ରାଗନ୍ । ଏହି ଅଞ୍ଚଳଗୁଡ଼ିକର ନାମକରଣ କରିବା ସହ ଚୀନ ଏହାକୁ “ତିବତ୍‌ର ଦକ୍ଷିଣ ଭାଗ ଜାଙ୍ଗନାନ୍” ବୋଲି କହୁଛି। ପୂର୍ବରୁ ମଧ୍ୟ ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳର ନାମକରଣ କରିଥିବା ବେଳେ ଚୀନ ଏବେ ବି ଉଦ୍ୟମ ଜାରି […]

You May Like

Pin It on Pinterest