କେମିତି ଚାଲିଛି ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଧନେଶ୍ଵର ବେହେରା ହତ୍ୟା ମାମଲାରେ ନ୍ୟାୟ ମିଳିବ ତ !

ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସାରା ଭାରତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଓଡ଼ିଶାରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ପୋଲିସ୍ ବିଭାଗ ସୁଦକ୍ଷ ବୋଲି ଓଡ଼ିଶା ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୃହ ବିଭାଗ ର ସ୍ବଚ୍ଛତା ଓ ଓଡ଼ିଶା ପୋଲିସ ବିଭାଗର‌ ଦକ୍ଷତା ର ଜ୍ଵଳନ୍ତ ଉଦାହରଣ ଦିଏ କଟକ ଜିଲ୍ଲା ଗତିରାଉତ ପାଟଣା ର ଯୁବକ ଧନେଶ୍ଵର ବେହେରାଙ୍କ ହତ୍ୟାକାଣ୍ଡ।

ଖବର ଅନୁଯାଇ,ମୃତକ ଧନେଶ୍ଵର ଙ୍କୁ ବଲାଙ୍ଗୀର ଜିଲ୍ଲାର ର ପାଟଣାଗଡ଼ ଠାରେ ବିଗତ ପ୍ରାୟ ୧୧ ମାସ ପୂର୍ବରୁ ହତ୍ୟା କରାଯିବା ଘଟଣାକୁ ନେଇ ସ୍ଥାନୀୟ ପୋଲିସ୍ ଥାନା ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁଁ ହତ୍ୟାକାଣ୍ଡର ୭ ମାସ ପରେ ଏତାଲା ଦରଜ ହେବା, ତଦନ୍ତ ଅଧିକାରୀଙ୍କୁ ଅଧା ତଦନ୍ତ ରୁ ବଦଳି କରିବା, ପୁତ୍ରହରା ବାପାମାଆଙ୍କୁ ଯଥୋଚିତ ନ୍ୟାୟ ନ ଦେବା, ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ସମସ୍ତ ବିଷୟ ଜଣାଇବା ପରେ କୈାଣସି କାର୍ଯ୍ୟାନୁଷ୍ଠାନ ନ ହେବା କୁ ନେଇ ଆଜି ମୃତକ ଧନେଶ୍ଵର ଙ୍କ ବାପାମାଆ କଟକ ର ଆଇନଜୀବୀ, ସମାଜସେବୀ ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ର ରାଜ୍ୟ ପ୍ରଭାରୀ ଶ୍ରୀ ସଞ୍ଜିତ୍ ସାମଲ ଙ୍କ ସହାୟତାରେ ‌ଓଡିଶା ପୋଲିସ୍ ମହାନିର୍ଦ୍ଦେଶକଙ୍କ ଅନୁପସ୍ଥିତିରେ ଉପ-ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର (ଭା.ପୋ.ସେ) ଙ୍କୁ କଟକ ବକ୍ସିବଜାରସ୍ଥିତ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ଭେଟି ସମସ୍ତ ବିଷୟ ଜଣାଇବା ସହ ନ୍ୟାୟ ଭିକ୍ଷା କରିଥିଲେ।

ଉପ-ଆରକ୍ଷୀ ମହାନିର୍ଦ୍ଦେଶକ ସମସ୍ତ ବିଷୟ ଜାଣିବାପରେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ଏହାର ତଦନ୍ତ କରି ଦୋଷୀକୁ ଖୋଜି ବାହାର କରିବାକୁ ତଥା ସମସ୍ତ ତଥ୍ୟ ଜଣାଇବାକୁ ପାଟଣାଗଡ ପୋଲିସ୍ କୁ ନିର୍ଦ୍ଦେଶ ଦେବା ସହ ନିଶ୍ଚିତ ନ୍ୟାୟ ମିଳିବ ବୋଲି ମୃତକଙ୍କ ବାପାମାଆ ଙ୍କୁ ଆଶ୍ଵାସନା ସହ ଭରସା ଦେଇଥିଲେ। ପ୍ରଶ୍ନ ଯେ ଯଦି ଜଣେ ଗରୀବ ଲୋକ ପ୍ରତି ଓଡ଼ିଶା ପୋଲିସ୍ ର ଏହି ପ୍ରକାର ମନୋବୃତ୍ତି ରହେ ତେବେ ପୋଲିସ୍ ପ୍ରଶାସନ ପ୍ରତି ଜନସାଧାରଣଙ୍କ ଭରସା ରହିବ ତ ? ଉତ୍ତର ସାରା ଓଡ଼ିଶାର ଜନସାଧାରଣଙ୍କ ପାଖରେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅରବପତି ତାଲିକାରେ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଟପ୍ -୧୦ ରେ ସ୍ଥାନ ପାଇଛନ୍ତି: ଫୋର୍ବସ୍

Wed Apr 5 , 2023
ବାସ୍ତବ ବ୍ୟୁରୋ: ଏ ବର୍ଷ ଫୋର୍ବସ୍‌ ବାର୍ଷିକ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ରହିଛନ୍ତି ଫ୍ରାନ୍ସ ର ବର୍ନାର୍ଡ ଅର୍ନାଲ୍ଟ । ଫୋର୍ବସ୍ ମଙ୍ଗଳବାର, ଏପ୍ରିଲ ୪ ରେ ବିଶ୍ୱର କୋଟିପତିଙ୍କ ୩୭ ତମ ବାର୍ଷିକ ତାଲିକା ପ୍ରକାଶ କରିଛି । ତାଲିକା ଅନୁସାରେ, ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଟପ୍ -୧୦ ରେ ସ୍ଥାନ ପାଇଛନ୍ତି। […]

You May Like

Pin It on Pinterest