ଏପ୍ରିଲ ୧୦ରୁ ମେ’ ୭ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଖାତା ଦେଖା, ଅନ୍‌ଲାଇନ ଓ ଅଫ୍‌ଲାଇନରେ ହେବ ମୂଲ୍ୟାୟନ

ବାସ୍ତବ ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଖାତାଦେଖାକୁ ସରଳୀକରଣ କରିବାକୁ ଯାଇ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଏହାକୁ ବିଭକ୍ତ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ଚାଲିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେବ ମୂଲ୍ୟାୟନ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧ରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିନିମନ୍ତେ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଥିଲା।

ସେୟାର କରନ୍ତୁ

Next Post

ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ....

Wed Apr 5 , 2023
ସଂଜୟ ଶତପଥୀ(କଟକ)୦୫/୦୪ : ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ଐତିହାସିକ ସହର କଟକ । ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ ।ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିବ ବିଜେପି । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମା’ କଟକଚଣ୍ଡୀ ମନ୍ଦିରକୁ ଯାଇ […]

You May Like

Pin It on Pinterest