କଟକ ବିଜେପି ଓବିସି ମୋର୍ଚ୍ଚାର ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ….

ସଂଜୟ ଶତପଥୀ(କଟକ):କଟକ ନଗର ଜିଲ୍ଲା ବିଜେପି ଓବିସି ମୋର୍ଚା ତରଫରୁ କଲେଜ଼ଚ୍ଛକ ସ୍ଥିତ ପାଟରା ସାହି ଠାରେ ମୋର୍ଚ୍ଚା ସଭାପତି ମହେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଗାଁ ଗାଁ ଚାଲ,ଘର ଘର ଚାଲ ଅଭିଯାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓବିସି ବର୍ଗଙ୍କ ପାଇଁ ନଅ ବର୍ଷ ଧରି କରିଥିବା ବହୁ ବିକାଶ ମୂଳକ କାର୍ଯ୍ୟ, ଏହି ବର୍ଗ ପାଇଁ 27%ସଂରକ୍ଷଣ ସମ୍ବନ୍ଧରେ କାର୍ଯ୍ୟକର୍ତ୍ତା ମାନେ ଜନ ସଚେତନତା ପାଇଁ ଏହି ପଦଯାତ୍ରା କରିଥିଲେ।

ଓଡିଶାରେ ୫୪% ଓବିସି ବର୍ଗର ଲୋକ ଥିବା ସତ୍ତ୍ୱେ ରାଜ୍ୟର ନବୀନ ସରକାର ଏହି ବର୍ଗକୁ ସମ୍ପୂର୍ଣ୍ଣ ଅବହେଳାକୁ ବିରୋଧ କରିଥିଲେ ଓ କେନ୍ଦ୍ର ଦେଉଥିବା ସମସ୍ତ ସାମ୍ବିଧାନିକ ଅଧିକାରକୁ ଓଡିଶାରେ ଦାବୀ କରି ସ୍ଲୋଗାନ ଦେଇଥିଲେ ତଥା ଘରେ ଘରେ ଏହି ଦାବୀ ସମ୍ବଳିତ ପତ୍ରକ ପ୍ରଦାନ କରିଥିଲେ। ଏଥି ସହିତ କାର୍ଯ୍ୟକର୍ତ୍ତା ମାନେ କାନ୍ଥ ଲିଖନ ଓ ଓବିସି ବର୍ଗର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ।

ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ,ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ ଓ ଅମ୍ବିକା ସାମଲ, ରାଜ୍ୟ ସଂଯୋଜିକା ରଂଜିତା ନାଏକ,ମଣ୍ଡଳ ବିଜେପି ସଭାପତି ନିତାଈଗୋର ମହାନ୍ତି, ମୁନୀନ୍ଦ୍ର ଭୋଳ,ସୌମେନ୍ଦ୍ର ପଲେଇ, ସଞ୍ଜୟ ଶଃ, ଧର୍ମେନ୍ଦ୍ର ଗୁପ୍ତା,ରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ସ୍ୱାଇଁ,ବୀରେନ୍ଦ୍ର ଚୌଧୁରୀ,ସୁଜାତା ଦେବୀ, କୁନି ପାଳ , ଦେବକୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ସେୟାର କରନ୍ତୁ

Next Post

ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ....

Sat Apr 8 , 2023
ବାସ୍ତବ ବ୍ୟୁରୋ: ଆଜି ଜମ୍ମୁ ଓ କାଶ୍ମୀରର ଉଧାମପୁର ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଛି। ତେବେ ଏହି ଦୁର୍ଘଟଣାରେ ଶ୍ରୀ ରିଜିଜୁଙ୍କର କିଛି କ୍ଷତି ହୋଇ ନାହିଁ। ସେହିଭଳି ଏଥିରେ ଅନ୍ୟ କେହି ମଧ୍ୟ ଆହତ ହୋଇନାହାନ୍ତି। ଟ୍ରକ୍‌ଟି କିରଣ ରିଜିଜୁଙ୍କ କାରକୁ ଧକ୍କା ଦେବା ପରେ ଅନ୍ୟ ଗାଡ଼ିରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଧାଇଁ ଯାଇ କାରର ଡୋର୍ […]

You May Like

Breaking News

Pin It on Pinterest