ଦାମଙ୍କ ଦୁଲୁଦୁଲି ବାଣ !

ଦାମଙ୍କୁ ନେଇ ପୁଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିବାର ଲାଗିଛି । ଦାମ ବିଜେଡ଼ି ଛାଡ଼ିବା ହେଉ କି ବିଜେଡ଼ିରେ ମନ୍ତ୍ରୀ ପଦରେ ରହିଆସିଥିବାବେଳେ ହେଉ ପ୍ରତିଟି ସମୟରେ ଦାମଙ୍କ କଥାକୁ ନେଇ ସରଗରମରେ ରହିଆସିଥିବା ରାଜନୀତି । ଆଜି ଆଉଟିକେ ଗରମାମରମ ହୋଇଯାଇଛି । ଡଃ ଦାମଦର ରାଉତ ତାଙ୍କ ତୁଣ୍ଡର କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଉ ବିଜେପିରେ ଯୋଗ ଦେବା ପରେ ପରେ ସିଧାସଳଖ ନବୀନ ସରକାରକୁ ନେଇି ରଖିଛନ୍ତି ବିଷ୍ଫୋରକ ବୟାନ ଯାହାକୁ ନେଇ ବିଜେଡ଼ି ମାହୋଲ ଗରମ ।

ଦାମଙ୍କ କହିବା ଅନୁଯାୟୀ ନବୀନଙ୍କ ଶାସନ ସମୟରେ ଦୁର୍ନୀତି ଓ ନାରୀ ନିର୍ଯ୍ୟାତନା ବଡ଼ିଛି । ଚାଷୀ ଆତ୍ମହତ୍ୟା ମଧ୍ୟ ବଢ଼ିଛି । ଏଥର ନିର୍ବାଚନରେ ଓଡ଼ିଶାର ଜନସାଧାରଣ କୁଶାସନ ଓ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ନିଶ୍ଚୟ ସ୍ୱର ଉତ୍ତଳନ କରିବେ । ରାଜ୍ୟ ସରକାର କୋଟି କୋଟି ଟଙ୍କାର ଋଣ ଆଣି ଅୟସ ଆରାମ କରୁଛନ୍ତି । ତାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ଏଥର ୨୦୧୯ ନିର୍ବାଚନରେ ନିଶ୍ଚୟ ଭ୍ରଷ୍ଟାଚାର ସରକାର ବଦଳିବ । ଲେକେ ନିଶ୍ଚୟ ଜବାବ ଦେବେ । ତେବେ ଦାମ ବିଜେପିରୁ କେଉଁଠୁ ଲଢ଼ିବେ ତାହା ନେଇ ସ୍ପଷ୍ଟ କରିନଥିବାବେଳେ ସେ କହିଛନ୍ତି କି ଦଳ ଯେଉଁଠୁ ଟିକେଟ୍ ଦେବ ମୁଁ ସେଇଠୁ ଲଢ଼ିବି ।

ଅନ୍ୟପ୍ଣଙ୍କ ସେ କହିଛନ୍ତି କି ବାଲିକୁଦା-ଏରସମା ଆସନରୁ ଲଢ଼ିବାକୁ ସେ ଆଗ୍ରହୀ ଅଛନ୍ତି । ଜନ୍ମ ସ୍ତାନ ବାଲିକୁଦାରୁ ୨୫ ବର୍ଷ ବିଧାୟକ ଥିଲେ ତେଣୁ ଶେଷ ଜୀବନରେ ଜନ୍ମମାଟିର ସେବା କରିବାକୁ ଚାହୁଁଛନ୍ତି ବୋଲି ସେ ପୂର୍ବରୁ କହିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପିର ୨୧ ଲୋକସଭା ଆସନ ପାଇଁ ସମ୍ଭବ୍ୟ ପ୍ରାର୍ଥୀ ତାଲିକା !

Sat Mar 16 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିର ୨୧ ଲୋକସଭା ଆସନ ପାଇଁ ସମ୍ଭବ୍ୟ ପ୍ରାର୍ଥୀ ଚୟନ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦରକାର ପଡ଼ିଲେ ଚୟନ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି । ସେହି ସମ୍ଭବ୍ୟ ପ୍ରାର୍ଥୀ ତାଲିକା ଅନୁଯାୟୀ ପୁରୀରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ବା ନେଇ ସୂଚନା ମିଳିଛି । ହେଲେ ଦଳ […]
modi

You May Like

Pin It on Pinterest