ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ….

ବାସ୍ତବ ବ୍ୟୁରୋ: ଆଜି ଜମ୍ମୁ ଓ କାଶ୍ମୀରର ଉଧାମପୁର ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଛି। ତେବେ ଏହି ଦୁର୍ଘଟଣାରେ ଶ୍ରୀ ରିଜିଜୁଙ୍କର କିଛି କ୍ଷତି ହୋଇ ନାହିଁ। ସେହିଭଳି ଏଥିରେ ଅନ୍ୟ କେହି ମଧ୍ୟ ଆହତ ହୋଇନାହାନ୍ତି।

ଟ୍ରକ୍‌ଟି କିରଣ ରିଜିଜୁଙ୍କ କାରକୁ ଧକ୍କା ଦେବା ପରେ ଅନ୍ୟ ଗାଡ଼ିରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଧାଇଁ ଯାଇ କାରର ଡୋର୍ ଖୋଲି ଦେଇଥିଲେ। ଦୁର୍ଘଟଣାଗ୍ରସ୍ତ କାରରୁ ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ।

କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଉଧାମପୁର ଯାଉଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଜମ୍ମୁରୁ ଉଧାମପୁର ଯାଇଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଉଧାମପୁର ଯାଇଥିଲେ।

ସେୟାର କରନ୍ତୁ

Next Post

ଅନୁଗୁଳ ଶଙ୍କର ସିନେମା ରୋଡ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨ ବାଇକ୍‌ ସହ ୨୦ ଲକ୍ଷର କପଡ଼ା ଛାର୍‌ଖାର୍‌

Sat Apr 8 , 2023
ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ସ୍ଥିତ ‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ସୋ’ ରୁମ୍‌ରେ ସନ୍ଧ୍ୟା ସମୟରେ ଗ୍ରାହକଙ୍କ ଭାରି ଭିଡ ଥିବାବେଳେରେ ହଠାତ୍‌ ଦୋକାନ ପ୍ରବେଶ ପଥର ବାମ ପଟେ ଖଞ୍ଜା ହୋଇଥିବା ବିଦ୍ୟୁତ୍‌ ପ୍ୟାନେଲ୍‌ ବୋର୍ଡରେ ସର୍ଟ ସର୍କିଟ୍ ହୋଇଥିଲା। ସେହିଠାରୁ ନିଆଁ ସୂତ୍ରପାତ ହୋଇ ଧୀରେ ଧୀରେ ବ୍ୟାପକ […]

You May Like

Breaking News

Pin It on Pinterest