
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ଗତ ଶୁକ୍ରବାର ଦିବା ଦଶ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଧିନସ୍ଥ ବୋଧଗାଁ ଠାରେ ଓଡ଼ିଶାର ବିଶିଷ୍ଟ କଳାକାର ତଥା ବ୍ରଜେଶ୍ବରୀ ରାମଲୀଳା ପରିଷଦର ରାବଣ ଭୂମିକାରେ ଦିର୍ଘଦିନ ଧରି ଅଭିନୟ କରିଥିବା ସ୍ବର୍ଗତ ଦୈତ୍ୟାରି ତ୍ରିପାଠୀଙ୍କର ମୃତ୍ୟୁ ବାର୍ଷିକୀ ଅବସରରେ ପରିଷଦର ସଭ୍ଯ ସମେତ ଗ୍ରାମବାସୀ ଓ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର,କବି, କବୟତ୍ରୀ, ସମାଜସେବୀ ତଥା ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏକତ୍ରିତ ହୋଇ ସେହି ମହାନ୍ ବ୍ୟକ୍ତିଙ୍କର ସ୍ମୃତି ଚାରଣ କରିଥିଲେ।

ସ୍ବର୍ଗତ ଦୈତ୍ୟାରି ତ୍ରିପାଠୀଙ୍କ ସୁପୁତ୍ର, ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା କଵି ଏବଂ ଅନୁବାଦକ ପଣ୍ଡିତ ପ୍ରଜ୍ଞାଶ୍ରୀ ପ୍ରମୋଦ କୁମାର ତ୍ରିପାଠୀଙ୍କ ଦ୍ଵାରା ଆୟୋଜିତ ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଜ୍ଞାନୀ ସାହିତ୍ୟିକ ମାନେ ଉପସ୍ଥିତ ହୋଇ ସଭାଟିକୁ ସାଫଲ୍ୟମଣ୍ଡିତ କରିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା କବି ଶ୍ରୀ ସଞ୍ଜୟ କୁମାର ରଥ ଏହି ମଞ୍ଚରେ ସଭାପତିତ୍ବ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଜିଲ୍ଲାର ପ୍ରାକ୍ତନ ଜିଲ୍ଲାପାଳ ତଥା ଅଧୁନା ରାଜ୍ୟ ସଚିବାଳୟର ବରିଷ୍ଠ ସଚିବ, ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଶ୍ରୀଯୁକ୍ତ ଦାଶରଥି ଶତପଥି ଉପସ୍ଥିତ ଥିଲେ।

ମୁଖ୍ୟ ବକ୍ତା ଶ୍ରୀମତୀ ଡଃ ବାସନ୍ତୀ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବରେ ଗାଳ୍ପିକ ପ୍ରଦୀପ ନାୟକ, ନିରଞ୍ଜନ ମେକାପ,କବି ଅନାଦି ମାହାଳୀ ,କବି ନିକାକାର ଦାସ,ଶ୍ରୀଧର ସାମଲ,ଅବନ୍ତୀ ବେହେରା ଉପସ୍ଥିତ ଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଗଢି ଉଠିଥିବା ସାହିତ୍ୟ ଅନୁଷ୍ଠାନ ମାନଙ୍କର ଅନେକ ବିଶିଷ୍ଟ ସାହିତ୍ୟିକ,ଅନେକ ଶିକ୍ଷକ ,ଶିକ୍ଷାପ୍ରମୀ ବନ୍ଧୁମାନେ ସେମାନଙ୍କ ନିଜ ନିଜର ମତଦେଇ ସେହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାଶରଥି ଶତପଥି କେନ୍ଦ୍ରାପଡ଼ା ଜିଲ୍ଲାର ବିଗତ ସ୍ମୃତି ଚାରଣକରି ଜିଲ୍ଲାର ସାସ୍କୃତିକ କ୍ଷେତ୍ରରେ ସ୍ବର୍ଗତ ଦୈତ୍ୟାରି ତ୍ରିପାଠୀଙ୍କ ଅବଦାନ ସଂମ୍ପର୍କରେ ଆଲୋଚନା ରଖିଥିଲେ। ମୁଖ୍ୟବକ୍ତା ଅଞ୍ଚଳର ଐତିହ୍ୟ ଏବଂ ସାଂସ୍କୃତିକ ଚେତନା ଉପରେ ବିସ୍ତୃତ ଆଲୋଚନା ରଖିଥିଲେ। ସମ୍ମାନୀତ ଅତିଥି ତାଙ୍କ ଅଭିଭାଷଣରେ ଆଗାମୀ ଭବିଷ୍ୟତରେ କିପରି ପୁରାତନ ସାସ୍କୃତିକ ଅନୁଷ୍ଠାନ ଆଗକୁ ବଢିବ ସେ ସମ୍ପର୍କରେ ଆଲୋଚନା ରଖିଥିଲେ।

ସ୍ବରଚିତ କବିତା ପାଠ କରିଥିଲେ କବୟତ୍ରୀ ସସ୍ମିତା ପଣ୍ଡା ଚାରୁଲତା ଭୂୟାଁ, ଗିତୀକାର ଶ୍ରୀମନ୍ତ ପଣ୍ଡା, ଗୀତାଞ୍ଜଳୀ ସାହୁ, ଅପର୍ତ୍ତି ଚରଣ ସେଠୀ, ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରେମାନନ୍ଦ ଜେନା, ମନ୍ମଥ ବରାଳ, ନିରଞ୍ଜନ ଓଝା, ରଞ୍ଜନ କୁମାର ଦଳାଇ ଏବଂ ଅନ୍ୟମାନେ। ସର୍ବ ଶେଷରେ ସଭାପତି ତାଙ୍କ ଅଭିଭାଷଣରେ ଆୟୋଜକ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଦ୍ବାରା ସଂଙ୍କଳିତ ପୁସ୍ତକ ଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ତାହା ସମାଜ ଉପରେ କିପରି ସକାରାତ୍ମକ ପ୍ରଭାବ ପକାଉଛି ତାହା ଆଲୋଚନା କରିଥିଲେ।ସଭାକୁ ପରିଚାଳନା କରିବାରେ ସଂଜୀବ ତରାଇ ସହଯୋଗ କରିଥିଲେ।ଶେଷରେ ମଳୟ ବାରିକ ଧନ୍ୟବାଦ ଦେଇଥିଲେ ।



