
ରାକେଶ ମହାନ୍ତି(କେନ୍ଦ୍ରାପଡା): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ପ୍ରତି ତିନି ମାସରେ ଥରେ ପଞ୍ଚାୟତ, ବ୍ଲକ,ଜିଲ୍ଲା ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିବା ସଦ୍ଦଭାବନା ସଭାଗୃହ ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଗୀତାଞ୍ଜଳି ଶେଠୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ସଭାପତିତ୍ଵରେ ତିନୋଟି କମିଟି ଯଥା ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଥିବା ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ, ଜିଲ୍ଲା ସ୍ତରୀୟ ଚାଇଲ୍ଡ ଲାଇନ ଉପଦେଷ୍ଟା କମିଟି ଓ ବାଲ୍ୟ ବିବାହ ବନ୍ଦ କରିବାକୁ ଥିବା ଜିଲ୍ଲା ସ୍ତରୀୟ କମିଟିର ସମୀକ୍ଷା କରାଯାଇଛି ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ଥିଲେ । ବାଲ୍ୟ ବିବାହ ମୁକ୍ତ ଯୋଜନାରେ କାମ କରୁଥିବା ଜିଲ୍ଲା ସଞ୍ଜୋଜିକା ଅମ୍ରିତା ସିଂ ବିଗତ ତିନିମାସ ମଧ୍ୟରେ କରାଯାଇଥିବା କାର୍ଯ୍ୟର ବିବରଣୀ ଉପସ୍ଥାପନ କରି କିଭଳି ଜିଲ୍ଲାକୁ ସଂପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ପରେ child line ସଞ୍ଜୋଜିକା ବିଷ୍ଣୁପ୍ରିୟା ପଣ୍ଡା ଓ ଭାରତ ସ୍ବଛ୍ଛାସେବୀ ସଂଗଠନର ମୂଖ୍ୟ ଉଦୟନାଥ ବେହେରା “୧୦୯୮”- ଟୋଲ ଫ୍ରି ନଂ ଜିଲ୍ଲାରେ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ ।ଗରଦପୁର, ମହାକାଳପଡା, ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ଓ କେନ୍ଦ୍ରାପଡା ମ୍ୟୁନିସପାଲିଟିର ଅଧ୍ୟକ୍ଷା ସରିତା ସାହୁ ଯୋଗଦେଇ ସ୍ଵୟଂ ସହାୟକ ଗୋଷ୍ଠୀ,ଅଙ୍ଗନଓ୍ବାଡି, ଆଶାକର୍ମୀ ଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ସୁରକ୍ଷା ଅଧିକାରିଣୀ ସଂଯୁକ୍ତା ମିଶ୍ର କିଭଳି କିଶୋର କିଶୋରୀ ମାନଙ୍କ ମାନସିକ ପରିବର୍ତ୍ତନ ହୋଇ ପାରିଛି ବୁଝାଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞଳି ସେଠୀ ତାଙ୍କ ଅଭିଭାଷଣରେ କିଭଳି ବାଲ୍ୟ ବିବାହ ମୁକ୍ତ କେନ୍ଦ୍ରାପଡା ଜିଲ୍ଲା ଘୋଷଣା କରାଯାଇ ପାରିବ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ସିଡ଼ିପିଓ, ବିଡିଓ ଙ୍କ ପ୍ରତିନିଧି , ପଲ୍ଲୀଶ୍ରୀ ମହିଳା ସମିତି, ଭାରତ ସ୍ବଛ୍ଛାସେବୀ, ରେସୱା, Child fund India, CWC ର ପ୍ରତିନିଧି/ କର୍ମଚାରି ମାନେ ଏହି ସମିକ୍ଷା ବୈଠକରେ ଯୋଗ ଦେଇଥିଲେ ।