ରାଜ୍ୟରେ ଅସମ୍ଭାଳ ତାତି; ୩ ଦିନ ପାଇଁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି

ବାସ୍ତବ ବ୍ୟୁରୋ: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହାକୁ ଦୃଷ୍ଟିକୁ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟରେ ୩ ଦିନ ପାଇଁ କିଛି ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ଏହାକୁ ଦୃଷ୍ଟିରେ ରଖି ୧୩, ୧୪ ଓ ୧୫ ତାରିଖକୁ ହିଟ୍ ୱେଭ୍ ପାଇଁ ୱାର୍ଣ୍ଣିଂ ଜାରି କରିଛି।

ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି । ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଛି। ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

ଆଜି ସକାଳ ସାଢ଼େ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ର ୩୨ଡିଗ୍ରୀ ଛୁଇଁଥିଲା ବେଳେ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ୩୯ଡିଗ୍ରୀ ରେକର୍ଡ କରାଯାଇଥିଲା। ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୩୭.୬, ଚାନ୍ଦବାଲି ୩୭.୪ ଡିଗ୍ରୀ ବାଲେଶ୍ୱର ୩୬.୮, ହୀରାକୁଦ ୩୬.୨, କେନ୍ଦୁଝର ୩୫.୪,ଗୋପାଳପୁରରେ ୩୪ ଡ଼ିଗ୍ରୀ, ପୁରୀରେ ୩୩.୮ ଡ଼ିଗ୍ରୀ ଓ ପାରାଦୀପ: ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେୟାର କରନ୍ତୁ

Next Post

କଟକ ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସହରର ସ୍ବାସ୍ଥ୍ୟ ସେବା କେମିତି ଚାଲିଛି ଅନୁମାନ କରାଯାଇପାରେ....

Wed Apr 12 , 2023
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଅଳିଆ ଆବର୍ଜ୍ଜନାରୁ କଟକ ସହରର ସ୍ବାସ୍ଥ୍ୟ ସେବା କେମିତି ଚାଲିଛି ଅନୁମାନ କରାଯାଇପାରେ। ଏହି କାର୍ଯ୍ୟାଳୟ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଣେ ଦକ୍ଷ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଏହି କାର୍ଯ୍ୟାଳୟ ରୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ମିଳେନା, ପ୍ରଥମ ଅପିଲ୍ ର ତାରିଖ ଧାର୍ଯ୍ୟ ହୁଏନା, ଗୋଟିଏ […]

You May Like

Breaking News

Pin It on Pinterest