କେନ୍ଦ୍ରାପଡା ଜିଲ୍ଲା ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସଂଘର ପ୍ରଥମ ସଂକଳ୍ପ ଦିବସ….

ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା):କେନ୍ଦ୍ରାପଡା ଜିଲ୍ଲା ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସଂଘ ର ପ୍ରଥମ ସଂକଳ୍ପ ଦିବସ ଗତ ରବିବାର ଗୌରୀଶଙ୍କ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ସବୁ ବ୍ଲକ ର ଅନେକ ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ରଖିଥିଲେ।ଆଗାମୀ ଦିନରେ ଏହି କାର୍ଯକ୍ରମ କୁ ଆହୁରି ବ୍ୟାପକ କରାଯିବ ବୋଲି ବକ୍ତା ମାନେ ମତ ପୋଷଣ କରିଥିଲେ ।ପ୍ରତି ବ୍ଲକ ରେ ସଂଘ ର କର୍ମକର୍ତା ବଛା ଯିବ,ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ମତ ଦେଇଥିଲେ ।

ଏହି ସଂକଳ୍ପ ଦିବସରେ ଡେରାବିଶ ବ୍ଲକ ଅଧକ୍ଷ ପ୍ରଭାତୀ ମଳିକ , ଗରଦପୁର ଅଧକ୍ଷ ଅଭୟ ମହାରାଜ , ଡେରାବିଶ ର ପୂର୍ବତନ ଅଧକ୍ଷ ସରୋଜ କୁମାର ସାହୁ, କେନ୍ଦ୍ରାପଡ଼ା ବ୍ଲକ ଉପାଧକ୍ଷ, ଆଳି ବ୍ଲକ ଉପାଧକ୍ଷ, ମହାକାଳପଡ଼ା ଉପାଧକ୍ଷ ଉପସ୍ଥିତ ରହି ସମିତି ସଭ୍ୟ ଓ ସଭ୍ୟା ଙ୍କ ଦାୟିତ୍ୱ ଓ ହକ ପାଇଁ ସମସ୍ତେ ନିଷ୍ଠାର ସହିତ ସହଯୋଗ କଲେ ଏହା ସଫଳତା ନିଶ୍ଚିତ ମିଳିବ ବୋଲି ମତପ୍ରକାଶ କରିଥିଲେ ।

ସଂଘର ମୁଖ୍ୟ ଆବାହକ ସୁଜିତ କୁମାର ବଳ ସଂଘର ଦଶଦଫା ଦାବୀ ସମ୍ପର୍କରେ ସଭ୍ୟ ଓ ସଭ୍ୟା ମାନଙ୍କୁ ଅବଗତ କରିଥିଲେ, ପ୍ରତେକ ବ୍ଲକ ରେ କୋର କମିଟି ଗଠନ କରାଯିବ ବୋଲି ବୈଠକ ରେ ସ୍ଥିର କରାଯାଇଛି ।

ସେୟାର କରନ୍ତୁ

Next Post

ଆସନ୍ତାକାଲିଠାରୁ ଓଡ଼ିଶାର ସବୁ ସ୍କୁଲ ଛୁଟି....

Thu Apr 20 , 2023
ବାସ୍ତବ ବ୍ୟୁରୋ: ଆସନ୍ତାକାଲିଠାରୁ ଓଡ଼ିଶାର ସବୁ ସ୍କୁଲ ଛୁଟି । ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି […]

You May Like

Pin It on Pinterest