ଆସନ୍ତାକାଲିଠାରୁ ଓଡ଼ିଶାର ସବୁ ସ୍କୁଲ ଛୁଟି….

ବାସ୍ତବ ବ୍ୟୁରୋ: ଆସନ୍ତାକାଲିଠାରୁ ଓଡ଼ିଶାର ସବୁ ସ୍କୁଲ ଛୁଟି । ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି । ଏବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛିା

ସୂଚନାଯୋଗ୍ୟ, ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦୁଇ ଦିନ(ଏପ୍ରିଲ ୧୯ ଓ ୨୦) ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଥିଲା। ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ। ଏହାକୁ ମିଶାଇ ଚଳିତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟଥର ଲାଗି ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା।

ସେୟାର କରନ୍ତୁ

Next Post

ୟେମେନ୍‌ ରେ ଖୈରାତ୍‌ କାର୍ଯ୍ୟକ୍ରମରେ ଦଳଚକଟା: ୮୫ ମୃତ, ଅନେକ ଆହତ

Thu Apr 20 , 2023
ବାସ୍ତବ ବ୍ୟୁରୋ: ୟେମେନ୍‌ର ରାଜଧାନୀ ସନାରେ ଏକ ଦୁଃଖଦାୟକ ଘଟଣା ସାମ୍ନା କୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଯୁଦ୍ଧ-ବିକ୍ଷତ ୟେମେନ୍‌ରେ ଏକ ଖୈରାତ୍‌ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ଅନ୍ୟୂନ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୨୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ହୌଥୀ ଅଧିକାରୀମାନେ କହିଛନ୍ତି। ଆହତଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହୌଥୀର ଜଣେ ନିରାପତ୍ତା ଅଧିକାରୀ […]

You May Like

Pin It on Pinterest