ଦକ୍ଷିଣ ଓଡ଼ିଶାକୁ କାଳବୈଶାଖୀ ସମ୍ଭାବନା

ବାସ୍ତବ ବ୍ୟୁରୋ: ସାରା ରାଜ୍ୟରେ ଅଗ୍ନିବର୍ଷା ହେଉଥିବା ବେଳେ ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଥଣ୍ଡା ପବନ ଯୋଗୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଏପରିକି ରାଜଧାନୀ ଭୁବନେଶ୍ୱରରେ ଗତକାଲି ତୁଳନାରେ ପାରଦ ପାଖାପାଖି ୭ ଡିଗ୍ରୀ ଖସିଛି। ବିଗତ ୧୦ ଦିନର ଗ୍ରୀଷ୍ମ ପ୍ରବାହ ପରେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ପାଣିପାଗ ବିଭାଗ କହିଛି ୨୬ ତାରିଖ ଯାଏଁ ତାତିରୁ ମିଳିବ ଆଶ୍ୱସ୍ତି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ସାଙ୍ଗକୁ  ୪୦ ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ଆଜି ଜଗତସିଂହପୁରରେ ୩୪.୮, ତାଳଚେରରେ ୩୪.୬, ପାରାଦୀପରେ ୩୪.୬, କେନ୍ଦ୍ରାପଡ଼ାରେ ୩୪.୪, ଭଦ୍ରକରେ ୩୪.୪, ଅନୁଗୋଳରେ ୩୪.୧, କଟକରେ ୩୪, ଚାନ୍ଦବାଲିରେ ୩୪, ସମ୍ବଲପୁରରେ ୩୩.୯, ଭବାନୀପାଟଣାରେ ୩୩.୫, ଢେଙ୍କାନାଳରେ ୩୩, ଖୋର୍ଦ୍ଧାରେ ୩୩, ହୀରାକୁଦରେ ୩୨.୬, ଫୁଲବାଣୀରେ ୩୨.୬, ନବରଙ୍ଗପୁରରେ ୩୨.୨, ନୟାଗଡ଼ରେ ୩୨, ବରଗଡ଼ରେ ୩୨, ଦାରିଙ୍ଗବାଡ଼ିରେ ୩୧.୫, କେନ୍ଦୁଝରରେ ୩୧, ସୋନପୁରରେ ୩୦.୭, ଟିଟିଲାଗଡ଼ରେ ୩୦ ଓ ବଲାଙ୍ଗିରରେ ୨୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 

ସେୟାର କରନ୍ତୁ

Next Post

ବଜ୍ରାଘାତରେ ଚାଷୀଙ୍କ ଅକାଳ ବିୟୋଗ....

Fri Apr 21 , 2023
ନିରଞନ ବସ୍ତିଆ(ଶ୍ଚିନ୍ତକୋଇଲି) : ଶୁକ୍ରବାର ଅପରାହ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ଲୁଣାନଦୀ ସେତୁର ମଧ୍ୟଭାଗରେ ଯାଉଥିବା ସମୟରେ ବଜ୍ରାଘାତ ଯୋଗୁ ଜଣେ ଚାଷୀଙ୍କର ଅକାଳ ବିୟୋଗ ଘଟିଛି । ନେମାଳ ପଞ୍ଚାୟତ କଣ୍ଟାପାରୀ ଗ୍ରାମର ସୂର୍ଯ୍ୟେନ୍ଦୁ ଶେଖର ସାହୁ (ବୁଲା) ୫୫ ବର୍ଷ ନିଶ୍ଚିନ୍ତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ସାଇକେଲ ଯୋଗେ ଯାଉଥିଲେ । ଲୁଣାନଦୀ ସେତୁ ପାର ହେଉଥିଲା ବେଳେ ହଠାତ୍ ବଜ୍ରାଘାତ ତାଙ୍କ ଉପରେ […]

You May Like

Pin It on Pinterest