ବାସ୍ତବ ବ୍ୟୁରୋ-ଭୁବନେଶ୍ୱର ରେ ଅତ୍ୟଧିକ କରୋନା ରୋଗୀ ଚିନ୍ହଟ ହେଉଥିବାରୁ ଏଥିପାଇଁ କରୋନାର କେନ୍ଦ୍ରସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।ଭୁବନେଶ୍ବରରେ ସଂକ୍ରମଣ ରୋକିବା ଲାଗି ଏକ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରାଥମିକତା ଭିତ୍ତିରେ କାହାର ନମୁନା ପରୀକ୍ଷା ହେବ ସେ ନିଷ୍ପତ୍ତି ଗ୍ରହଣ କରିବ ସ୍ବାସ୍ଥ୍ୟ ବିଭାଗ। ନମୂନା ସଂଗ୍ରହରେ କେଉଁମାନଙ୍କୁ ପ୍ରାଥମିକତା ଦିଆଯିବ ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ବତ୍ତର୍ମାନ ସୁଦ୍ଧା ୭୫୭୭ଜଣଙ୍କ ନମୁନା ପରୀକ୍ଷା କରାଯାଇ ସାରିଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ୧୯୫୮ ପରୀକ୍ଷା କରାଯାଇଛି । ବର୍ତ୍ତମାନ ୭ଟି ଲାବରୋଟୋରିରେ ପରୀକ୍ଷା ଚାଲିଛି । ଭ୍ରାମ୍ୟମାଣ ମୋବାଇଲ୍ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ । ଯେଉଁମାନଙ୍କ ଗସ୍ତ ବିବରଣୀ ଅନ୍ୟ ରାଜ୍ୟ ଓ ବିଦେଶକୁ ରହିଛି ସେମାନେ ଟେଷ୍ଟିଂ କରିବେ । ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟ ଟେଷ୍ଟିଂ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ବୟସ୍କ ବ୍ୟକ୍ତିଙ୍କର ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବ । ଲୋକମାନଙ୍କ ସହଯୋଗ କାମନା କରି ସେ କହିଛନ୍ତି ଯେ ଆପଣଙ୍କୁ ଟେଷ୍ଟ କ୍ୟାମ୍ପକୁ ଆସିବାକୁ ପଡ଼ିବି ।
ଭୁବନେଶ୍ୱର ପାଇଁ ସରକାର ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି । ସର୍ବସାଧାରଣରେ ଛେପ ପକାଇବା ଅପରାଧ । ଯଦି ଏହି ନିୟମକୁ ଯିଏ ଉଲ୍ଲଙ୍ଘନ କରିବେ ତେବେ ସେମାନେ ଅର୍ଥଦଣ୍ଡ ଦେବାକୁ ପଡ଼ିବ । ସର୍ବସାଧାରଣରେ ଛେପ ପକାଇଲେ ୨୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ । ତିନିଥରରୁ ଅଧିକ ଥର ଛେପ ପକାଇବେ ତେବେ ୫୦୦ଟଙ୍କା ଫାଇନ ଗଣିବାକୁ ପଡ଼ିବ ।