ପ୍ରଶ୍ନପତ୍ରରେ ତ୍ରୁଟି ପାଇଁ ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା

ବାସ୍ତବ ବ୍ୟୁରୋ: ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପାଇଁ ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା ।

ସୂଚନାନୁଯାୟୀ, ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ଦ୍ବାରା ଗତକାଲି ଅର୍ଥାତ ୨୩ ଏପ୍ରିଲ ରେ ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା । ଏଥିରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା। ଆଉ ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଯାଇଥିଲେ । ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ଥିଲା ତାହା ପରୀକ୍ଷାର୍ଥୀ ବୁଝିପାରି‌ ନ ଥିଲେ। କେଉଁଠି ‘ପାଖରେ’ ବଦଳରେ ‘ପାଖର’ ଲେଖାଯାଇଥିଲା ତ ଆଉ କେଉଁଠି ‘ଟଙ୍କା’ ବଦଳରେ ‘ଟଙ୍‌କାର’। ଏଭଳି ପ୍ରଶ୍ନ ଦେଖି ହଲ୍‌ ଭିତରେ ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ବି ସମାଧାନ କରିପାରି ନ ଥିଲେ।

ବରଂ ଉପରିସ୍ଥ ଅଧିକାରୀମାନଙ୍କୁ ଏବିଷୟରେ ଜଣାଯିବ କହି ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ। ଯାହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ଶିକ୍ଷାବିତ୍‌ମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେବେ ଏହାକୁ ନେଇ ଓଏସଏସସି ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷା ବାତିଲ ହୋଇଛି । ପୁଣିଥରେ ପରୀକ୍ଷା କରାଯିବ ଓ ତାରିଖ ଖୁବ ଶୀଘ୍ର ପ୍ରକାଶ ପାଇବ ।

ସେୟାର କରନ୍ତୁ

Next Post

ସୁଦାନରେ ଫସି ରହିଥିବା ୪ ହଜାର ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ୍ କାବେରୀ’

Mon Apr 24 , 2023
ବାସ୍ତବ ବ୍ୟୁରୋ: ଆଜି ଏପ୍ରିଲ ୧୫ ରେ ଆରମ୍ଭ ହୋଇଥିବା ସୁଦାନର ସେନା ଏବଂ ଅର୍ଦ୍ଧସାମରିକ-ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ କ୍ଷମତା ଦଖଲକୁ ନେଇ ଗୃହଯୁଦ୍ଧ ଆଜି ଦଶମ ଦିନରେ ପହଞ୍ଚିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଏପର୍ଯ୍ୟନ୍ତ ୪୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୫୫୧ ଜଣ ଆହତ ହୋଇଛନ୍ତି । ସୁଦାନର ଗୃହଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ପ୍ରାୟ ୪ହଜାର ଭାରତୀୟମାନଙ୍କୁ […]

You May Like

Pin It on Pinterest