ଜବର ଦଖଲ ଉଚ୍ଛେଦ ନା ସରକାରଙ୍କ ଗରୀବ ମାରଣ ନୀତି….

ନବୀନ ଦାଶ(ଅତାବିରା):-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲ ସିଂହା ଛକ ରେ ଜବର ଦଖଲ କୁ ନେଇ ପ୍ରଶାସନିକ ଅଧିକାରୀଙ୍କ ହଟହଟ୍ଟା। ଅତାବିରା ବ୍ଲକ ପ୍ରଶାସନ ସଦଳବଳେ ୨୪ ତାରିଖ ସୋମବାର ଦିନ ୧୧ଟା ରେ ପହଞ୍ଚି ଦୀର୍ଘ ୫୦/୬୦ବର୍ଷ ରୁ ଉର୍ଦ୍ଧ୍ବ ହେବ ନିଜର ପେଟ ପାଟଣା କୁ ନେଇ ଦୋକାନ କରି ଚଳି ଆସୁଥିବା ଭୂମିହୀନ ଓ ବିପିଏଲ୍ ଧାରୀଙ୍କ ଜୀବିକାରେ ନାତମାରିଛନ୍ତି। ଏପରିକି ଏ ସଂମ୍ପର୍କ ରେ ଆଗରୁ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଗୋଚର ମଧ୍ୟ କରି ନଥିଲେ ।

ଏଠି ପ୍ରଶ୍ନ ଉଠୁଛି ଯେ ସରକାର ବାହାଦୁର ଭୂମିହୀନ ଙ୍କୁ ଜମି ପଟ୍ଟା ଦେଇ ଆବାସ ଯୋଜନା ରେ ସାମିଲ କରି ପକ୍କା ଘର ଖଣ୍ଡେ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ପ୍ରକୃତ ରେ ଅତାବିରା ଅଞ୍ଚଳରେ ଯେଉଁ ମାନେ ଜବର ଦଖଲ କରି ସରକାରୀ ଜମି କୁ ମାଡ଼ି ବସିଥିବା ବେଳେ ରାସ୍ତା ତଥା ମୁଖ୍ୟ ଛକ ମାନଙ୍କରେ ପ୍ରାତଃ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ନିଇତି ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟି ଯାଉଥିଲେ ହେଁ ସେଥିପ୍ରତି କାହାର ନଜର ନାହିଁ।ହେଲେ ନିଜର ପେଟ ପାଟଣା ପାଇଁ ଦୋକାନ ଘର କରି ବର୍ଷ ବର୍ଷ ଧରି ନିରୀହ ଲୋକେ ପରିବାର ପୋଷଣ କରି ଆସୁଥିଲେ ହେଁ ସେମାନଙ୍କୁ ତଥା କିଛି ବିପିଏଲ ହିତାଧିକାରୀ ମାନଙ୍କୁ ଥଇଥାନ ନକରି କିଭଳି ଭାବେ ଉଚ୍ଛେଦ କରାଗଲା ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ର ବିଷୟ ହୋଇଛି।

ତେବେ ଏଥିପ୍ରତି ତୁରନ୍ତ ସରକାର୍ ବାହାଦୁର ଦୃଷ୍ଟି ଦେଇ ନିରୀହ ହିତାଧିକାରୀ ମାନଙ୍କୁ ଥଇଥାନ କରି ଉଚ୍ଛେଦ କରିବା ପାଇଁ ଦାବୀ ହେଉଛି।

ସେୟାର କରନ୍ତୁ

Next Post

ବାଦ ପାଳିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ

Wed Apr 26 , 2023
ବରଗଡ(ଉସ.ପ୍ର.ନବୀନ ଦାଶ):ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବାଦପାଲି ଗ୍ରାମରେ ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇ ଯାଇଛି lଉତ୍ସବ ରେ ବିଦ୍ୟାଧର ଖମାରୀ ଯୋଗଦେଇ ମହାଲକ୍ଷ୍ମୀ ମାଁ ଙ୍କ ପୂଜା ଅର୍ଚ୍ଚନା ପୂର୍ବକ ଅଖି ମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇ ଥିଲା।ଏହି ଅବସରରେ ଫସଲ ଭଲ ହେବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିବା […]

You May Like

Pin It on Pinterest