୧୨୪ କେଜି ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରିଫ….

ଜୟସେନ୍ ରଇତ(ଗଜପତି): ଦିନକୁ ଦିନ ଗଜପତି ଜିଲ୍ଲାର ମୋହନା ଓ ଅଡବା ଥାନା ଅଞ୍ଚଳରେ ପୋଲିସ ଜୋର ଜାର ପାଟ୍ରୋଲିଙ୍ଗ ସହ ଗାଡି ଯାଞ୍ଚ ଏବଂ ଗଞ୍ଜେଇ ଚାଡାଉକରି ଗଞ୍ଜେଇ ମାଫିଆ ମାନଙ୍କ ନିଦ ହାଯାଉଥିଲେ ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ପୂର୍ଣଛେଦ ପଡୁନାହିଁ ।

ଆଜି ଅଡବା ପୋଲିସ ଏସଆଇ ବି॰ଏନ ରେଡ୍ଡୀଙ୍କ ନେତୃତ୍ବରେ ଗୁଳୁବା ପଞ୍ଚାୟତର ଶୁଣ୍ଡିପଡା ଓ କୁଡିକିମା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଶୁଣ୍ଡିପଡା ନିକଟରେ ସନ୍ଦେହ ଜଣକ ଅବସ୍ଥାରେ ଦୁଇଜଣ ଯୁବକଙ୍କୁ ଦେଖି ପଚରା ଉଚରା କରିଥିଲେ । ପଚରାଉଚରା ସମୟରେ ସେମାନେ ହରିୟାନା ଅଞ୍ଚଳର ପାନିପଥ ର ବୋଲି ପରିଚୟ ଦେଇଥିଲେ ଏବଂ ସେମାନଙ୍କ ଠାରୁ ୧୨୪ kg୩୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଥିଲେ ।

ସେମାନେ ଏହି ଗୁଳୁବା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ହରିୟାନା ଚାଲାଣ କରିବା ନିମନ୍ତେ ଗାଡିକୁ ଅପେକ୍ଷା କରଥିଲେ । ତେବେ ଉଭୟ ଚାଲାଣକାରି ରାମ ଲାଲ ଓ ପୃଥି ରାମ ଙ୍କୁ ଗିରିଫ କରି କେସ ନଂ ୬୬/୨୩/୦୩/୨୦୨୩ ରେ ପଞ୍ଜୀକୃତ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ ।

ସେୟାର କରନ୍ତୁ

Next Post

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

Tue Apr 25 , 2023
ବାସ୍ତବ ବ୍ୟୁରୋ: ଦେଶ ତଥା ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, […]

You May Like

Pin It on Pinterest