ସଦଗୁରୁ କର୍କଟ ଚିକିତ୍ସା କେନ୍ଦ୍ର ଉଦଘାଟନ କଲେ ରାଜ୍ୟପାଳ

ସଂଜୟ ଶତପଥୀ(କଟକ): ଜଗତପୁରସ୍ଥିତ ସଦଗୁରୁ ଚିକିତ୍ସାଳୟରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସଦଗୁରୁ ଚିକିତ୍ସାଳୟର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ମହାନ୍ତିଙ୍କ ପୌରୋହିତରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ, ଅନନ୍ତମୟ କୋଷରୁ ଜାତ ହେଉଥିବା ଅମୃତମୟ ସନ୍ତାନ ମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଚିକିତ୍ସକ ମାନଙ୍କ ଅପରିହାର୍ଯ୍ୟତା ସମସ୍ତଙ୍କୁ ଜଣା,ସେଥିପାଇଁ ଚିକିତ୍ସକମାନଙ୍କୁ ଈଶ୍ୱରଙ୍କ ଅବତାର ବୋଲି କୁହାଯାଏ ।ଚିକିତ୍ସକଙ୍କ ଉପଚାର ଓ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ମଧ୍ୟରେ ଗଭୀର ସମନ୍ୱୟ ରହିଛି ।ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ଜୀବନର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ମୋଟ୍ ୬୦ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ କର୍କଟ ଚିକିତ୍ସା କେନ୍ଦ୍ର ସବୁବର୍ଗର ଲୋକମାନଙ୍କ ସେବାରେ ଲାଗି ତାର ଉତ୍କୃଷ୍ଟତା ପ୍ରତିପାଦନ କରିପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।ଏହି ଉତ୍ସବରେ କଟକ ମହାନଗର ନିଗମ ମେୟର ସୁବାସ ସିଂ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଡାକ୍ତର ସିଦ୍ଧାର୍ଥ ଲସକର, ଡାକ୍ତର ଶ୍ରାବଣୀ ଘୋଷ ଲସକର ପ୍ରମ୍ମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିମା ଯୋଜନା ଚିକିତ୍ସାଳୟରେ ଉପଲବ୍ଧ ହେଉଥିବାରୁ ଏହାର ସୁଯୋଗ ଅଧିକ ସଂଖ୍ୟାରେ ନେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ ।ହସ୍ପିଟାଲର ନିର୍ଦ୍ଦେଶିକା ଡାକ୍ତର ସମିତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ଅବସରରେ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି, କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିବା ନିକୁଞ୍ଜ ଜେନା ଓ ଅଭିମନ୍ୟୁ ଦାସଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ ।ଏହି ଉତ୍ସବକୁ ଓଡିଶା ଶିଳ୍ପ ସଂଘ ସଭାପତି ସୁଶାନ୍ତ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଡାକ୍ତର ସୌମ୍ୟରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Next Post

ଜବର ଦଖଲ ଉଚ୍ଛେଦ ନା ସରକାରଙ୍କ ଗରୀବ ମାରଣ ନୀତି....

Wed Apr 26 , 2023
ନବୀନ ଦାଶ(ଅତାବିରା):-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲ ସିଂହା ଛକ ରେ ଜବର ଦଖଲ କୁ ନେଇ ପ୍ରଶାସନିକ ଅଧିକାରୀଙ୍କ ହଟହଟ୍ଟା। ଅତାବିରା ବ୍ଲକ ପ୍ରଶାସନ ସଦଳବଳେ ୨୪ ତାରିଖ ସୋମବାର ଦିନ ୧୧ଟା ରେ ପହଞ୍ଚି ଦୀର୍ଘ ୫୦/୬୦ବର୍ଷ ରୁ ଉର୍ଦ୍ଧ୍ବ ହେବ ନିଜର ପେଟ ପାଟଣା କୁ ନେଇ ଦୋକାନ କରି ଚଳି ଆସୁଥିବା ଭୂମିହୀନ ଓ ବିପିଏଲ୍ ଧାରୀଙ୍କ ଜୀବିକାରେ ନାତମାରିଛନ୍ତି। ଏପରିକି ଏ […]

You May Like

Pin It on Pinterest