
ବରଗଡ(ଉସ.ପ୍ର.ନବୀନ ଦାଶ):ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବାଦପାଲି ଗ୍ରାମରେ ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇ ଯାଇଛି lଉତ୍ସବ ରେ ବିଦ୍ୟାଧର ଖମାରୀ ଯୋଗଦେଇ ମହାଲକ୍ଷ୍ମୀ ମାଁ ଙ୍କ ପୂଜା ଅର୍ଚ୍ଚନା ପୂର୍ବକ ଅଖି ମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇ ଥିଲା।ଏହି ଅବସରରେ ଫସଲ ଭଲ ହେବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସଂଗଠନ ପକ୍ଷରୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଚାଷୀକୂଳ କିଭଳି ଏକତା ବଦ୍ଧ ରହିବେ ସେ ବିଷୟରେ ବିଭିନ୍ନ ଆଲୋଚନା କରି ସମସ୍ତେ ଏକତା ବଜାୟ ରଖିବା ପାଇଁ ଆହ୍ଵାନ ଦେଇଥିଲେ।
କୃଷକ ମାନଙ୍କ ର ଏହି ପର୍ବରେ ଚାଷ ଅନୁକୂଳ ପାଗ,ସୁନାର ଫସଲ ପାଇଁ ଅଧିଷ୍ଠାତ୍ରୀ ମହାଲକ୍ଷ୍ମୀ ଦେବୀ ଙ୍କୁ ପ୍ରାର୍ଥନା କରିବା ସହିତ ଅନ୍ନଦାତା ଚାଷୀ ଭାଇ ମାନଙ୍କର ଉତ୍ତରୋତ୍ତର କାମନା କରିଥିଲେ।ଏହି ଅବସରରେ ସଂଗଠନ ର ବୟୋଜ୍ୟେଷ୍ଠ ବସନ୍ତ ବାରିକ, ଭିକାରୀ ଚରଣ ବାରିକ,ଦୁଆରୁ ଖମାରୀ,ନିତ୍ୟନନ୍ଦ ବାରିକ, ଧର୍ମରାଜ୍ ଖମାରୀ,ପବିତ୍ର ଭୋଇ ଙ୍କ ସମେତ ବହୁ ଅତିଥି ପ୍ରମୁଖ ଯୋଗଦେଇଥିବା ବେଳେ ଚାଷୀ ସମସ୍ୟା ର ସମାଧାନ କୁ ନେଇ ଆଗାମୀ ଦିନରେ ପ୍ରଶାସନ ସହିତ ସମସ୍ତ ଚାଷୀ କୂଳ ଏକ ହୋଇ ଲଢେଇ ପଛଘୁଞ୍ଚା ଦେବେ ନାହିଁ ବୋଲି ସଂଗଠନ ଚେତାବନୀ ଦେଇଛି।ପରିଶେଷରେ ଉପ ଦେଷ୍ଟା ବୃଷଭାନୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



