
ନବୀନ ଦାଶ(ବରଗଡ଼): ଆଜି ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ଯ ସମିତି ଓ ଜନ ଆରୋଗ୍ଯ ସମିତି ସମ୍ମିଳନୀ ୨୦୨୨/୨୦୨୩ ସ୍ଥାନୀୟ ବିଜୁପଟ୍ଟନାକ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ ଓ ଗାଁ କଲ୍ୟାଣ ସମିତି ର ଆଶା ଓ ସ୍ବାସ୍ଥ୍ୟକର୍ମୀ ଯୋଗଦେଇ ନିଜ ନିଜ କ୍ଷେତ୍ରରେ ସଫଳତାରସହ ସେବା କାର୍ଯ୍ୟ କରିଥିବାରୁ ନଗଦ ରାଶି ସହ ସିଲ୍ଡ,ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଚାରୂବାଳା ରଥ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପୋ,ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ,ଡାକ୍ତର ଜୟପାଲ ସେନାପତି,ଗିରିଜା ପ୍ରସାଦ ମିଶ୍ର,ଜିଲ୍ଲା ପ୍ରକଲ୍ପ ଅଧିକାରୀ,ଡାକ୍ତର ସରୋଜ ସେଠ,ଡାକ୍ତର ବିଭୂତି ଭୂଷଣ ମେହେର,ଡାକ୍ତର ସାଧୂ ଚରଣ ଦାଶ,ଡାକ୍ତର ଶୁସାନ୍ତ ମିଶ୍ର,ଡାକ୍ତର ବିନୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କିପରି ଭାବେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସେବାରେ ଉନ୍ନତି ହେବ ସେ ସମ୍ପର୍କରେ ଧାରଣା ଦେଇଥିଲେ ।