ଗସ୍ତ ଆଗରୁ ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା; ୧୪୪ ଧାରା ଜାରି, ଇଣ୍ଟର୍‌ନେଟ୍‌ ବନ୍ଦ୍‌…

ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ଗସ୍ତ ପୂର୍ବରୁ ହିଂସାକାଣ୍ଡ ସଙ୍ଗଠିତ ହେବାରୁ ଚୁରାଚାନ୍ଦପୁର ଜିଲ୍ଲାରେ ମଣିପୁର ସରକାର ଜନସମାବେଶ ଉପରେ ନିଷେଧାଜ୍ଞା ଜାରି କରିବା ସହିତ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିଛନ୍ତି।

ସୂଚନାଯୋଗ୍ୟ, ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ। କିନ୍ତୁ, ଗୁରୁବାର ଦିନ ଦଳେ ଉତ୍ତ୍ୟକ୍ତ ଜନତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ସଂରକ୍ଷିତ ଓ ସୁରକ୍ଷିତ ଜଙ୍ଗଲ ଏବଂ ଦଳାଭୂଇଁ ଭଳି ଅଞ୍ଚଳରେ ‘ବିଜେପି’ ସରକାର କରୁଥିବା ସର୍ବେକ୍ଷଣକୁ ବିରୋଧ କରି ସେମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।

ଉତ୍ତ୍ୟକ୍ତ ଜନତା ଚେୟାର୍‌ ଭଙ୍ଗାଭଙ୍ଗି କରିବା ସହିତ କାର୍ଯ୍ୟକ୍ରମ ସ୍ଥଳ ପରିସରରେ ଥିବା ଅନ୍ୟାନ୍ୟ ପ୍ରତିଷ୍ଠାନରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ନିୟୁ ଲାମ୍‌କାସ୍ଥିତି ପି. ଟି. ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍‌ରେ ନବନିର୍ମିତ ‘ଜିମ୍‌’ରେ ଥିବା କ୍ରୀଡ଼ା ଉପକରଣଗୁଡ଼ିକୁ ବି ସେମାନେ ପୋଡ଼ି ପକାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥାଆନ୍ତେ ବୋଲି ପୁଲିସ ଗଣମାଧ୍ୟମକୁ କହିଛି।

ଏହି ଘଟଣା ପରେ ପରେ ଚୁରାଚାନ୍ଦପୁର ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ ୧୪୪ ଧାରା ଜାରି କରାଯାଇଛି।

ସ୍ଥାନୀୟ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇ ଦେଇଥିଲେ। କିନ୍ତୁ, ସେତେବେଳକୁ ଅସଂଖ୍ୟ ଚେୟାର୍‌ ପୋଡ଼ିଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଚୁରାଚାନ୍ଦପୁର ପ୍ରଶାସନ ଜିଲ୍ଲାରେ ନିରାପତ୍ତା ବ୍ୟବସ୍ଥା କଠୋର କରିଛି, ହେଲେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି।

ସେୟାର କରନ୍ତୁ

Next Post

ଆଇପିଏଲ୍ ଏଲ ଏସ ଜିର ବ୍ୟାଟସମ୍ୟାନଙ୍କ ଧମାକଧାର ବ୍ୟାଟିଂ: ୫୬ରନରେ ହାରିଲା ପଞ୍ଜାବ….

Sat Apr 29 , 2023
ମୋହାଲି: ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ପାଇଁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ୨୫୭ରନ ସଂଗ୍ରହ କରିପାରିଛି । ଏଥିସହିତ ଏଲଏସଜି ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫୬ରନରରେ ପରାସ୍ତ କରିଛି । ଶିଖର ଧୱନଙ୍କ ପଞ୍ଜାବ ଦଳ, ୨୫୮ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ଦୁଇଟି ୱିକେଟ ସହଳ ହରାଇଥିଲେ ମଧ୍ୟ ଅଥର୍ବ ତାଡ଼େ ଓ ସିଙ୍କନ୍ଦର ରାଜାଙ୍କ ପ୍ରଦର୍ଶନ […]

You May Like

Pin It on Pinterest