ଆଜିଠୁ ୪ ଦିନ ଯାଏଁ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ପ୍ରଭାବ ଅଧିକ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ,ଏହି ସୂଚନା ଦେଇଛନ୍ତି।

ପାଣିକେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କାଳବୈଶାଖୀ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ଗଂଜାମ , ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିସହଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷାସମ୍ଭାବନା ହେବାର ବି ରହିଛି।

ସେହିପରି ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଚ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବା ପରେ ୩୦ ତାରିଖରୁ ପୁଣି ପ୍ରଭାବ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ସକାଳେ ମଧ୍ୟ ଅକାଶ ମେଘାଚ୍ଛନ୍ନ ଥିଲା। ଗତକାଲି ମଧ୍ୟ ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା।

ସେୟାର କରନ୍ତୁ

Next Post

ଗସ୍ତ ଆଗରୁ ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା; ୧୪୪ ଧାରା ଜାରି, ଇଣ୍ଟର୍‌ନେଟ୍‌ ବନ୍ଦ୍‌...

Fri Apr 28 , 2023
ବାସ୍ତବବ୍ୟୁରୋ: ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ଗସ୍ତ ପୂର୍ବରୁ ହିଂସାକାଣ୍ଡ ସଙ୍ଗଠିତ ହେବାରୁ ଚୁରାଚାନ୍ଦପୁର ଜିଲ୍ଲାରେ ମଣିପୁର ସରକାର ଜନସମାବେଶ ଉପରେ ନିଷେଧାଜ୍ଞା ଜାରି କରିବା ସହିତ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିଛନ୍ତି। ସୂଚନାଯୋଗ୍ୟ, ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ। କିନ୍ତୁ, ଗୁରୁବାର ଦିନ ଦଳେ ଉତ୍ତ୍ୟକ୍ତ ଜନତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ସଂରକ୍ଷିତ […]

You May Like

Pin It on Pinterest