ଆଜିଠୁ ଜୁଲାଇ ୩୧ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଭିତରକନିକା

ବାସ୍ତବ ବ୍ୟୁରୋ: ଆଜିଠୁ ଅର୍ଥାତ ମେ ୧ରୁ ଜୁଲାଇ ୩୧ ତାରିଖ, ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି।

ଏହି ସମୟ ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ। କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ ୧ରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଭିତରକନିକାକୁ ପ୍ରବେଶ ନିଷେଧ କରାଯାଇଛି।

ସେୟାର କରନ୍ତୁ

Next Post

କମିଲା କମର୍ସିଆଲ ଗ୍ୟାସ ଦର

Mon May 1 , 2023
ବାସ୍ତବ ବ୍ୟୁରୋ: ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ଏହାର ଦରରେ ୧୭୧ ଟଙ୍କା ୫୦ ପଇସା କମିଛି। ଆଜିଠାରୁ ନୂଆ ଦରକୁ ଲାଗୁ କରାଯାଇଛି। ଫଳରେ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ୧୮୫୬ ଟଙ୍କା ୫୦ ପଇସାରେ ଉପଲବ୍ଧ ହେବ। ମୁମ୍ବାଇରେ ଏହାର ଦର ୧୮୦୮ ଟଙ୍କା ୫୦ ପଇସାକୁ ଖସିଥିବା ବେଳେ କୋଲକାତାରେ ୧୯୬୦ ଟଙ୍କା ୫୦ […]

You May Like

Pin It on Pinterest