ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା; ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ…

ବାସ୍ତବ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦ ଛାଡ଼ିଥିଲେ ହେଁ ସେ ଏବେବି ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ କରିଛନ୍ତି।

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ଅଶୋକ ମିଶ୍ର କହିଛନ୍ତି, ବର୍ତ୍ତମାନ ଯେଉଁ ପ୍ରକାର ରାଜନୀତି ଚାଲିଛି ଓ ଏଠି ଯେଉଁ ବାତାବରଣ ରହିଛି, ତାହା ମୋତେ ଭଲ ଲାଗୁନି। ପୁଣି ଆମ ଦଳୀୟ ନେତୃତ୍ୱମାନଙ୍କ କାର୍ଯ୍ୟକଳାପ ଦେଖିଲେ ମୋତେ ଅଣନିଃଶ୍ୱାସୀ ଲାଗୁଛି। ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହୋଇଛି, ତା’ ଭିତରେ ମୁଁ ନିଜକୁ ଖାପଖୁଆଇ ପାରୁନାହିଁ। ମୁଁ ସଫା ରାଜନୀତି କରିବା ଲୋକେ। ଏବର ଗୋଳିଆ ସ୍ଥିତି ଭିତରେ ମୁଁ ଅଣନିଃଶ୍ୱାସୀ ଅନୁଭବ କରୁଛି। ଏଣୁ ଦଳଠାରୁ ଟିକେ ଦୂରେଇ ରହିବା ପାଇଁ ମୁଁ ଇସ୍ତଫା ଦେଇଛି। ତେବେ ମୁଁ ଏବେ ବି ଦଳର ପ୍ରାଥମିକ ସଦସ୍ୟ ରହିଛି।

ସେ ଆହୁରି କହିଛନ୍ତି, ଆମର (ଆମ ଦଳର) ଯେଉଁ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, ତାକୁ ଦେଖିଲେ ଲାଗୁନି ଏଠି ଗୋଟେ ନିର୍ବାଚନ ଚାଲିଛି ବୋଲି। ଯେଉଁ ହିସାବରେ କଂଗ୍ରେସ ଦଳ ପ୍ରସ୍ତୁତ ହେବା କଥା ଓ ଲଢ଼ିବା କଥା, ମୋତେ ଲାଗୁନି ସେମିତି ଲଢୁଛି ବୋଲି।

ସେୟାର କରନ୍ତୁ

Next Post

ଭଞ୍ଜନଗର ଉପସେବା କେନ୍ଦ୍ରରେ ଜାତୀୟ ପ୍ରଶାସନିକ ଅଭିଯାନ ପାଳନ....

Tue May 2 , 2023
ସେୟାର କରନ୍ତୁ

You May Like

Pin It on Pinterest