କମିଲା କମର୍ସିଆଲ ଗ୍ୟାସ ଦର

ବାସ୍ତବ ବ୍ୟୁରୋ: ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ଏହାର ଦରରେ ୧୭୧ ଟଙ୍କା ୫୦ ପଇସା କମିଛି। ଆଜିଠାରୁ ନୂଆ ଦରକୁ ଲାଗୁ କରାଯାଇଛି। ଫଳରେ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ୧୮୫୬ ଟଙ୍କା ୫୦ ପଇସାରେ ଉପଲବ୍ଧ ହେବ।

ମୁମ୍ବାଇରେ ଏହାର ଦର ୧୮୦୮ ଟଙ୍କା ୫୦ ପଇସାକୁ ଖସିଥିବା ବେଳେ କୋଲକାତାରେ ୧୯୬୦ ଟଙ୍କା ୫୦ ପଇସା ରହିଛି। ଚେନ୍ନାଇରେ ଆଜିଠାରୁ ଏହାର ଦର ୨୦୨୧ ଟଙ୍କା ୫୦ ପଇସା ରହିଛି।

ଏହା ପୂର୍ବରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ଦିଲ୍ଲୀରେ ୨୦୨୮ ଟଙ୍କା ଥିବା ବେଳେ କୋଲକାତାରେ ୨୧୩୨, ମୁମ୍ବାଇରେ ୧୯୮୦ ଓ ଚେନ୍ନାଇରେ ୨୧୯୨ ଟଙ୍କା ୫୦ ପଇସା ଥିଲା। ଇଣ୍ଡିଆନ ଓଏଲ କର୍ପୋରେସନ (IOC) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।
ଗତ ଏପ୍ରିଲ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୯୨ ଟଙ୍କା ହ୍ରାସ ପାଇଥିଲା। ତେବେ ଗତ ମାର୍ଚ୍ଚ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୩୫୦ ଟଙ୍କା ବୃଦ୍ଧି ପାଇଥିଲା।

ଆଜିଠାରୁ କମର୍ସିଆଲ ରନ୍ଧନ ଗ୍ୟାସ ଦରରେ ହ୍ରାସ କରାଯାଇଥିବା ବେଳେ ଘରୋଇ ରନ୍ଧନ ଗ୍ୟାସର ଦର ଅପରିବର୍ତ୍ତିତ ରହିଛି।

ସେୟାର କରନ୍ତୁ

Next Post

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା; ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ...

Mon May 1 , 2023
ବାସ୍ତବ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଆଜି ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ କୁମାର ମିଶ୍ର। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ସଭାପତି ପଦ ଛାଡ଼ିଥିଲେ ହେଁ ସେ ଏବେବି ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ […]

You May Like

Pin It on Pinterest