ବ୍ରଜବିହାରୀ ଶଢଙ୍ଗୀ(କୁଲବନ୍ତ,ଭଞ୍ଜନଗର):ବ୍ରହ୍ମା କୁମାରୀ,ବ୍ରହ୍ମପୁରସବ୍ ଜୋନ୍ ତରଫରୁ ଆୟୋଜିତ ଦ୍ବି-ସାପ୍ତାହିକ କାର୍ଯ୍ୟକ୍ରମ "ଜାତୀୟ ପ୍ରଶାସନିକ ଅଭିଯାନ" ଭଞ୍ଜନଗର ଉପସେବା କେନ୍ଦ୍ରରେ ପାଳନ ହୋଇଯାଇଛି।
ବର୍ତ୍ତମାନର ବ୍ୟସ୍ତବହୁଳ ପ୍ରଶାସନିକ ସ୍ତରରେ ସମସ୍ତ କାର୍ଯ୍ୟ କିପରି ଚାପମୁକ୍ତ ସଂପାଦନା ହୋଇପାରିବ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ପୂର୍ବାହ୍ନ କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷଣ ଅଧିକାରୀ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ ଓ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଉପସ୍ଥିତ ଥିଲେ। ସେହିପରି ସନ୍ଧ୍ୟା ସମୟରେ ଏନ୍.ଏ.ସି ଚେୟାରମ୍ୟାନ ଗୋପବନ୍ଧୁ ମହାପାତ୍ର ଭାତ୍ରା, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଭାତ୍ରା, ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସାରଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।
ଭଞ୍ଜନଗର ଅଞ୍ଚଳର ସମସ୍ତ ସାମ୍ବାଦିକ ଭାତ୍ରାଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ, ସୌନ୍ଦର୍ଯ୍ୟମୟ କରିଥିଲେ। ଆସିକା ସେବାକେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଉକ୍ତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିବା ପରେ ହିଞ୍ଜିଳିକାଟୁର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ହେମଲତା ଭଉଣୀ ପରମାତ୍ମାଙ୍କ ପରିଚୟ ପ୍ରଦାନ କରିଥିଲେ। ବ୍ରହ୍ମାକୁମାରୀ ସୁଜ୍ଞାନୀ ଭଉଣୀ ଚାପମୁକ୍ତ ଜୀବନ ନିମନ୍ତେ ରାଜଯୋଗ ଏକ ମହୌଷଧି ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ। ଭଞ୍ଜନଗର ଓ ଗୋବରା କେନ୍ଦ୍ରର ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଓ ଯାଜ୍ଞସେନୀ ଭଉଣୀ ଆଧ୍ୟାତ୍ମିକ ବାର୍ତ୍ତା ଦେଇଥିଲେ।
ବ୍ରହ୍ମା କୁମାର ଅକ୍ଷୟ ଭାଇ ମଞ୍ଚ ପରିଚାଳନା କରିଥିଲେ। ବ୍ରହ୍ମାକୁମାରୀ ଅଲିଭା, ପିଙ୍କି, ଅନିତା, ପ୍ରାପ୍ତି ଭଉଣୀ ଓ ବ୍ରହ୍ମାକୁମାର ବୈକୁଣ୍ଠ ଭାଇ ସହ ସମସ୍ତ ଭାଇଭଉଣୀଙ୍କ ଦ୍ଵାରା ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟକ୍ରମ ସଂପାଦାନ ହୋଇଥିଲା। ଦ୍ବିତୀୟ ଦିବସରେ ସ୍ଥାନୀୟ ଅଞ୍ଚଳର ସମସ୍ତ କାର୍ଯ୍ୟାଳୟକୁ ଯାଇ ଉକ୍ତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅଧିକାରୀ ଭାତ୍ରାଗଣ ଙ୍କୁ ଅବଗତ କରାଯାଇଛି।
Tue May 2 , 2023
ବାସ୍ତବ ବ୍ୟୁରୋ: ପରଲୋକରେ ମହାତ୍ମା ଗାନ୍ଧିଙ୍କ ନାତି ତଥା ସାମାଜିକ- ରାଜନୈତିକ କାର୍ଯ୍ୟକର୍ତ୍ତା ଅରୁଣ ମଣିଲାଲ ଗାନ୍ଧିଙ୍କ ଆଜି (ମଙ୍ଗଳବାର) ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମହାରାଷ୍ଟ୍ରର କୋହ୍ଲାପୁରରେ ତାଙ୍କର ଦେହାନ୍ତ ହୋଇଛି। ଅରୁଣ ଗାନ୍ଧିଙ୍କ ପୁଅ ତୁଷାର ଗାନ୍ଧି ମଙ୍ଗଳବାର ଟୁଇଟ କରି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି। ଅରୁଣ ଗାନ୍ଧି ଜଣେ ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ସେ ତାଙ୍କ ଜେଜେବାପା […]