ଚାନ୍ଦୋଳ ପଞ୍ଚାୟତ ରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ଜୟନ୍ତ ଶତପଥୀ(ଡେରାବିଶ): ଲୋକଙ୍କ ପାଖରେ ସବୁ ପ୍ରକାର ସୁବିଧା ପହଞ୍ଚିବା ଲକ୍ଷରେ ପ୍ରଶାସନ ପ୍ରତି ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଆୟୋଜକ କରୁଅଛି, ଅସହାୟ, ବୃଦ୍ଧ, ବୃଦ୍ଧା ମାନେ ପଇସା ଓ ବୟାସଧିକ ହେତୁ ବ୍ଲକ ପର୍ଯ୍ୟନ୍ତ ଯାଇ ପାରନ୍ତି ନାହିଁ ତେଣୁ ଏହି କାର୍ଯ୍ୟକ୍ରମ ଦ୍ୱାରା ସୁଫଳ ପାଇ ପାରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ, ସମୁଦାୟ ଅଣା ଅଶି ଜଣ ଅଭିଯୋଗକାରୀ ଆବେଦନ କରିଥିଲେ, ସର୍ବାଧିକ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଆବେଦନ ହୋଇଥିଲା ।ଦ୍ୱିତୀୟରେ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା , ଲ୍ୟାଟିନ,ବାବଦରେ ଅଭିଯୋଗ ଆସିଥିଲା । ମୁଖ୍ୟ ଅତିଥି ବି ଡି ଓ ଦାଶରଥି ଜେନା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ, ଏ ବି ଡି ଓ ଭଞ୍ଜ କିଶୋର ନାୟକ , ଡେରାବିଶ ତହସିଲଦାର ଅକ୍ଷୟ କୁମାର ପରିଡା , ବ୍ଲକ ଅଧକ୍ଷ ପ୍ରଭାତୀ ମଳିକ, ବ୍ଲକ ଉପାଧକ୍ଷ ଦେବାଶିଷ ଆଚାର୍ଯ୍ୟ ଚାନ୍ଦୋଳ ସମିତି ସଭ୍ୟା ମଞ୍ଜୁଲତା ମିଶ୍ର ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ମଳିକ ପ୍ରମୁଖ ଯୋ ଗଦାନ କରିଥିଲେ ।

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ଚାନ୍ଦୋଳ ସରପଞ୍ଚ ସୁରେନ୍ଦ୍ର ମଳିକ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ସମ୍ପୂର୍ଣ କାର୍ଯ୍ୟକୁ ପରିଚାଳନା କରାଯାଇଥିଲା, , ତାଙ୍କୁ ସହଯୋଗ କରିଥିଲେ ପଞ୍ଚାୟତ ଅଧିକାରୀ ଚିତ୍ତରଞ୍ଜନ ରାଉତ, ଜି ଆର ଏସ ତପନ ମଳିକ , ଓ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ମାନେ, ଶେଷରେ ସରପଞ୍ଚ ସୁରେନ୍ଦ୍ର ମଳିକ ଏହି କାର୍ଯ୍ୟକ୍ରମ କୁ ସମସ୍ତଙ୍କ ସହଯୋଗରେ ସଫଳ ହୋଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Next Post

ମେ ୭ରେ ଲଘୁଚାପ,୯ରେ ନେଇପାରେ ‘ବାତ୍ୟା’ର ରୂପ: ଭାରତୀୟ ପାଣିପାଗ ବିଭାଗ

Wed May 3 , 2023
ବାସ୍ତବ ବ୍ୟୁରୋ: ଆଜି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମେ’୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୭ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ତାରିଖ ବେଳକୁ ଅବପାତର ରୂପ ନେଇପାରେ। ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ ତାରିଖରେ ଅବପାତର ରୂପ ନେବା […]

You May Like

Pin It on Pinterest