
ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଚାନ୍ଦୋଳ ଗ୍ରାମରେ, ପ୍ରଭୁ ଶ୍ରୀ ନୃସିଂହ ଠାକୁରଙ୍କ ଜନ୍ମ ଉତ୍ସବ ମହା ଆଡମ୍ବର ସହ ପାଳନ ହୋଇଯାଇଛି ।
ପ୍ରତ୍ୟୁଷରୁ ପ୍ରଭୁଙ୍କର ସ୍ନାନ, ମଙ୍ଗଳ ଆଳତୀ, ଧୂପ, ଦୀପ ଓ ନୈବିଦ୍ୟ ଲାଗି ହୋଇଥିଲା, ପରେ ଠାକୁରଙ୍କ ଜନ୍ମ ଉତ୍ସବ ଓ ହୋମ ଯଂଜ୍ଞ, ରୀତି, ନୀତି ଅନୁସାରେ ପୁରୋହିତ ଙ୍କ ଦ୍ୱାରା ସମାପନ ହୋଇଥିଲା।ନିକଟସ୍ଥ ଦଶଗୋଟି ପଞ୍ଚାୟତ ରେ ନୃସିଂହ ମନ୍ଦିର ନଥିବାରୁ ବହୁ ଶ୍ରଦ୍ଧାଳୁମାନଙ୍କ ପ୍ରଭୁଙ୍କର ଦର୍ଶନ ନିମନ୍ତେ ସମାଗମ ହୋଇଥିଲା।ଭକ୍ତଙ୍କ ପାଇଁ ଜଳଛତ୍ର ଆୟୋଜକ ନୃସିଂହନାଥ ଯୁବକ ସଂଘ ତରଫରୁ କରାଯାଇଥିଲା ।
ଗ୍ରାମ୍ୟ କମିଟି ତରଫରୁ ଭକ୍ତଙ୍କ ପାଇଁ ଓ ଗ୍ରାମର ସମସ୍ତ ପରିବାର ଙ୍କ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ,ସନ୍ଧ୍ୟାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହେବବୋଲି କମିଟି ତରଫରୁ କୁହାଯାଇଛି ।ଏହି କାର୍ଯ୍ୟକ୍ରମ କୁ,ପ୍ରମୋଦ ସ୍ୱାଇଁ, ରଜନୀକାନ୍ତ ମହାନ୍ତି, ପ୍ରିୟଦର୍ଶନ ସ୍ୱାଇଁ, ଓମଂପ୍ରକାଶ ମହାନ୍ତି, ଧିରେନ ନାୟକ, ଅଜୟ ନାୟକ, ଲିପୁ, ମଣ୍ଟୁ, କାଳିଆ, ମିଟୁଆ, ବାବାଜୀ ସାହାଣୀ, ପ୍ରମୁଖ ପରିଚାଳନା କରିଥିଲେ ।