ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିର ୨୧ ଲୋକସଭା ଆସନ ପାଇଁ ସମ୍ଭବ୍ୟ ପ୍ରାର୍ଥୀ ଚୟନ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦରକାର ପଡ଼ିଲେ ଚୟନ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି । ସେହି ସମ୍ଭବ୍ୟ ପ୍ରାର୍ଥୀ ତାଲିକା ଅନୁଯାୟୀ ପୁରୀରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ବା ନେଇ ସୂଚନା ମିଳିଛି । ହେଲେ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ କୌଣସି ଘୋଷଣା କରାଯାଇନାହିଁ ।

ମିଳିଥିବା ସୂଚନା ଅନୁସାରେ ଆସିକା ଲୋକ ସଭା ଆସନ ପାଇଁ ମହେଶ ଚନ୍ଦ୍ରଙ୍କ ନାମ ରହିଥିବା ବେଳେ କଳାହାଣ୍ଡିରୁ ପ୍ରଦିପ୍ତ କୁମାର ନାୟକ, କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ,ବରଗଡ଼ରୁ ସୁବାସ ଚୌହାନ୍, କେନ୍ଦ୍ରପଡ଼ାରୁ ବୈଜୟନ୍ତ ପଣ୍ଡା,ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବ୍ରହ୍ମପୁରୁରୁ ସମ୍ବିତ୍ ପାତ୍ର, ଭଦ୍ରକରୁ ଶରତ ଦାଶ,କୋରାପୁଟରୁ ଗିରିଧାରୀ ଗମାଙ୍ଗ,କେନ୍ଦୁଝରରୁ ଅନନ୍ତ ନାୟକ,ଭୁବନେଶ୍ୱରରୁ ଅପରାଜିତା ଷଢ଼ଙ୍ଗୀ, ମୟୁରଭଞ୍ଜରୁ ରଘୁନାଥ ମୁର୍ମୁ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସଂଦେଓ, ନବରଙ୍ଗପୁରରୁ ପର୍ଶୁରାମ ମାଝୀ,କଟକରୁ ଗୋଲକ ମହାପାତ୍ର, ପୁରୀରୁ ନରେନ୍ଦ୍ର ମୋଦି, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି,ସମ୍ବଲପୁରରୁ ସୁରେଶ ପୂଜାରୀ, ଜଗତସିଂହପୁରରୁ ଏକ୍ଷେଶ୍ୱରୀ ସାମନ୍ତସିଂହାର, ସୁନ୍ଦରଗଡ଼ରୁ ଜୁଏଲ ଓରାମ ଏବଂ ଯାଜପୁରରୁ ଅମିୟକାନ୍ତ ମଲ୍ଲିକ ପ୍ରାର୍ଥୀ ହେବା ନେଇ ସମ୍ଭାବନା ରହିଛି ।