ଆସୁଛି ସାମୁଦ୍ରିକ ବାତ୍ୟା ‘ମୋଚା’… ଗତିପଥ ଏବେବି ଅସ୍ପଷ୍ଟ….

ବାସ୍ତବ ବ୍ୟୁରୋ: ଆସନ୍ତା ୬ ତାରିଖରେ ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ।

ଏସଂପର୍କରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସସୂଚନା ଦେଇ କହିଛନ୍ତି, ଏହି ଘୂର୍ଣ୍ଣିବଳୟଟି ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୯ ତାରିଖ ବେଳକୁ ଏହା ବାତ୍ୟା ରୂପ ନେଇପାରେ। ତେବେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ।

ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା ବେଳେ ୭ ତାରିଖ ଠାରୁ ଆଣ୍ଡାମାନ ନିକୋବର ପାଇଁ ରହିଛି ସତର୍କ ସୂଚନା। ଏହି ସମୟରେ ପବନର ବେଗ ତୀବ୍ର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ସେହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିବା ସହ ଆଣ୍ଡାମାନ ନିକୋବରକୁ କୌଣସି ପର୍ଯ୍ୟଟକ ବୁଲାବୁଲି ଉଦ୍ଦେଶ୍ୟରେ ନ ଯିବାକୁ ପରାମର୍ଶ ଦେଇ କହିଛନ୍ତି ଶ୍ରୀ ବିଶ୍ୱାସ।

ସେୟାର କରନ୍ତୁ

Next Post

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟ ରେ ଜିଲ୍ଲାର ୪୩ ଗୋଟି 5T ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ....

Fri May 5 , 2023
ନମୋଗୁରୁ ହୋତା(ସୁବର୍ଣ୍ଣପୁର): ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି 5T ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି 5T ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୧ଟି 5T ହାଇସ୍କୁଲ ରୂପାନ୍ତରଣର ଲୋକାର୍ପଣ ହୋଇସାରିଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସୋନପୁର ବ୍ଲକ ସାଗରପାଲି […]

You May Like

Pin It on Pinterest