ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ବାସ୍ତବ ବ୍ୟୁରୋ: ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣି ବଳୟ ପ୍ରଭାବରେ ସେହି ଅଞ୍ଚଳରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ସକାଳ ଆଡ଼କୁ ସେହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଏହା ପରେ ଏହି ଅବପାତ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସହିତ ଉତ୍ତର ଦିଗ ପାର୍ଶ୍ବ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତିଶୀଳ ହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ଏହି ସାମୁଦ୍ରିକ ବାତ୍ୟା ଗତିପଥ ଓ ତୀବ୍ରତା ସଂକ୍ରାନ୍ତ ସବିଶେଷ ତଥ୍ୟ ଜଣାଇ ଦିଆଯିବ।

ଏହାର ପ୍ରଭାବରେ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସାଙ୍ଗକୁ ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।

୭ ତାରିଖରୁ ୧୦ ତାରିଖ ଏବଂ ତା’ ପର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାଲାଗି ବାରଣ କରାଯାଇଛି।

ସେୟାର କରନ୍ତୁ

Next Post

ଆତ୍ମବିଦ୍ୟା ବିହାର ଓଡ଼ିଶା ଆନୁକୁଲ୍ୟରେ ଦୁଇ ଦିନିଆ ସନ୍ଧ୍ୟା କାଳୀନ ଆତ୍ମଜ୍ଞାନ ଯଜ୍ଞ....

Sun May 7 , 2023
ସଂଜୟ ଶତପଥୀ(କଟକ): ଆତ୍ମବିଦ୍ୟା ବିହାର ଓଡ଼ିଶା ଆନୁକୁଲ୍ୟରେ ଦୁଇ ଦିନିଆ ସନ୍ଧ୍ୟା କାଳୀନ ଆତ୍ମଜ୍ଞାନ ଯଜ୍ଞ ଶନିବାର ମହାନଦୀବିହାର ସ୍ଥିତ ମହାନଦୀଭବନ ଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଏହି ଭବ୍ୟ ସନ୍ଧ୍ୟାରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆତ୍ମଜ୍ଞାନ ବିଶାରଦ ସ୍ବାମୀ ଶୁଦ୍ଧାନନ୍ଦଜୀ ଆତ୍ମଜ୍ଞାନ ଯଜ୍ଞରେ ଭାବରସ ମୁଖବାଣୀ ପ୍ରଦାନ କରି ଆମେ କେହି ଆରମ୍ଭରୁ ନଥିଲୁ କି ଶେଷଯାଏ ରହିବା ନାହିଁ, କିନ୍ତୁ ମର ସ୍ୱରୂପ ସୁଖ ସ୍ୱରୂପ […]

You May Like

Pin It on Pinterest