ଆତ୍ମବିଦ୍ୟା ବିହାର ଓଡ଼ିଶା ଆନୁକୁଲ୍ୟରେ ଦୁଇ ଦିନିଆ ସନ୍ଧ୍ୟା କାଳୀନ ଆତ୍ମଜ୍ଞାନ ଯଜ୍ଞ….

ସଂଜୟ ଶତପଥୀ(କଟକ): ଆତ୍ମବିଦ୍ୟା ବିହାର ଓଡ଼ିଶା ଆନୁକୁଲ୍ୟରେ ଦୁଇ ଦିନିଆ ସନ୍ଧ୍ୟା କାଳୀନ ଆତ୍ମଜ୍ଞାନ ଯଜ୍ଞ ଶନିବାର ମହାନଦୀବିହାର ସ୍ଥିତ ମହାନଦୀଭବନ ଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି ।

ଏହି ଭବ୍ୟ ସନ୍ଧ୍ୟାରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆତ୍ମଜ୍ଞାନ ବିଶାରଦ ସ୍ବାମୀ ଶୁଦ୍ଧାନନ୍ଦଜୀ ଆତ୍ମଜ୍ଞାନ ଯଜ୍ଞରେ ଭାବରସ ମୁଖବାଣୀ ପ୍ରଦାନ କରି ଆମେ କେହି ଆରମ୍ଭରୁ ନଥିଲୁ କି ଶେଷଯାଏ ରହିବା ନାହିଁ, କିନ୍ତୁ ମର ସ୍ୱରୂପ ସୁଖ ସ୍ୱରୂପ ଅଜନ୍ମା, ଅବିନଶୀ ଯୋଗୁଁ ଆମେ ଦୁଃଖକୁ ଛାଡ଼ି ରହିପାରୁନଥାଉ । ଆତ୍ମଜ୍ଞାନ ହିଁ ଆମକୁ ସଂସାରରେ ଶେଷ ପର୍ଯ୍ୟନ୍ତ୍ ଆନନ୍ଦ ପ୍ରଦାନ କରିଥାଏ ବୋଲି କହିଥିଲେ ।

ସମାଜସେବୀ ସଞ୍ଜୟ ଜେନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଆତ୍ମଜ୍ଞାନ ଯଜ୍ଞରେ ଚୌଦ୍ଵାର କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ, ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, ହିମାଂଶୁ ଷଡ଼ଙ୍ଗୀ, ଇଂ ଗୋପାଳ କୃଷ୍ଣ ବେହେରା, ସଞ୍ଜୟ ସାହାଣୀ, ଚତୃଭୂଜ୍ ମହାପାତ୍ର, ରବୀନ୍ଦ୍ରନାଥ ମହାନ୍ତି, ରବିନାରାୟଣ ସତପଥି, ଶଶିକାନ୍ତ ମହାନ୍ତି, ଇନ୍ଦୁମଣି ଦାସ, ପ୍ରିୟମ୍ବଦା ନାୟକ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱାମୀଜୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ପରେ ପରେ ସ୍ୱାମୀଜୀ ପ୍ରଦ୍ଵୀପ ପ୍ରଜ୍ବଳନ କରି ଆତ୍ମାଜ୍ଞାନ ଯଜ୍ଞକୁ ଉଦଘାଟନ କରିଥିଲେ । ଆଶ୍ରମର ସ୍ୱାମିନୀ ମହିମାନନ୍ଦ ସରସ୍ଵତୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଥୀ ମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିବା ବେଳେ ସଂଗ୍ରାମ କେଶରୀ କରଣ ଶାଶ୍ଵତ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Next Post

ସନାତନ ଧର୍ମ ର ପ୍ରଚାର ଓ ପ୍ରସାର ଦିଗରେ କଟକ ଶେଖ୍ ବଜାର ପୁଜା କମିଟିର ଅଭିନବ ପ୍ରୟାସ....

Sun May 7 , 2023
ସଂଜୟ ଶତପଥୀ(କଟକ): ବହୁ ପୁରାତନ ଆଧ୍ୟାତ୍ମିକ ପୀଠ କଟକ ଶେଖ୍ ବଜାର ର ଶ୍ରୀ ରଘୁନାଥ ଜୀଉଙ୍କ ବିଜେ ପୀଠସ୍ଥଳୀ ଲାଲାମଠ ଠାରେ ପବିତ୍ର ହିନ୍ଦୁ ଧର୍ମର ପ୍ରଚାର ଓ ସନାତନ ଧର୍ମ ର ପ୍ରସାର ଉଦ୍ଦେଶ୍ୟରେ ଏକଦିବସୀୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ର ଲୀଳା ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଅନିରୁଦ୍ଧ ସେନାପତି ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକର […]

You May Like

Pin It on Pinterest