
ବାସ୍ତବ ବ୍ୟୁରୋ-କରୋନାଭାଇରସ୍ ପାଇଁ ସ୍କୁଲ, କଲେଜଏ ବେ ବନ୍ଦ ଥିବାବେଳେ, ପିଲାମାନଙ୍କ ପରୀକ୍ଷା ବି ବାତିଲ ହେଇଯାଇଛି । ତେବେ ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଉଚ୍ଚଶିକ୍ଷା ବିଭାଗ ସମୀକ୍ଷା ବୈଠକ ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୭ ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା ରହିଛି । ତେଣୁ ଏହାପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ଛୁଟିରେ ପାଠପଢ଼ାରେ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି ।

ସେହିପରି ପିଜି ଏକକ ପ୍ରବେଶିକା ପରୀକ୍ଷା କୁଳପତି ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି ।ଶିକ୍ଷା ବ୍ୟବସ୍ଥାର ସାଂପ୍ରତିକ ସ୍ଥିତିକୁ ନେଇ ୟୁଜିସି ୭ ଜଣିଆ କମିଟି କରିଛି । ୟୁଜିସି ରିପୋର୍ଟ ଆଧାରରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଅରୁଣ ସାହୁ କହିଛନ୍ତି । ଏହାସହ ଆସନ୍ତା ୨୦ରୁ ଉଚ୍ଚଶିକ୍ଷା ବିଭାଗ ଅଫିସର କାର୍ଯ୍ୟାଳୟ ଆସିବେ । ଗ୍ରୁପ- ଏ ଅଫିସର କାର୍ଯ୍ୟାଳୟ ଆସିବା ବାଧ୍ୟତାମୂଳକ କରାଯିବ । ଗ୍ରୁପ ସି ଓ ଡି କର୍ମଚାରୀ ଅଳ୍ପ ସଂଖ୍ୟାରେ ଆସିବେ । ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି ।