ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା:ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବା ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର

ବାସ୍ତବ ବ୍ୟୁରୋ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟର୧୧୪ଟି ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବାକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି । ଏହା ଦ୍ୱାରା ସାଢେ ୪ ଲକ୍ଷ ଶ୍ରମିକ ପରିବାର ଉପକୃତ ହେବେ । ପ୍ରତି ସପ୍ତାହରେ ହିତାଧିକାରୀଙ୍କ ଆକାଉଂଟକୁ ଯିବ ମଜୁରୀ ଟଙ୍କା ଯିବ । 

ଏହା ଦ୍ୱାରା ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆଙ୍କ ମିଳିବ ଜୀବିକା । ଏପ୍ରିଲ ଆରମ୍ଭରୁ ହୋଇ ସେପଟେମ୍ବର ମାସ ଯାଏ କାମ ଚାଲିବ । ମିଶନ ଶକ୍ତି ସହଭାଗିତାରେ କାର୍ଯ୍ୟକ୍ରମ ତ୍ୱରାନିତ ହେବ । ଏଥିରେ ଡ୍ରେନ ଗୁଡ଼ିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ , ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନ ଗୁଡିକର ଉନ୍ନତୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି ସମସ୍ତ କାମ ସମୟରେ ମଧ୍ୟ ସାମାଜିକ ଦୂରତ୍ୱ ଏବଂ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିର୍ଦେଶାବଳୀକୁ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ । ଲକଡାଉନ କଟକଣା ସମୟରେ  ସହରାଂଚଳର ଗରିବ ଲୋକମାନଙ୍କୁ ରୋଜଗାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷପ ନେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା:ଜୁନ୧୭ ପରେ ହୋଇପାରେ ପରୀକ୍ଷା

Sat Apr 18 , 2020
ବାସ୍ତବ ବ୍ୟୁରୋ-କରୋନାଭାଇରସ୍ ପାଇଁ ସ୍କୁଲ, କଲେଜଏ ବେ ବନ୍ଦ ଥିବାବେଳେ, ପିଲାମାନଙ୍କ ପରୀକ୍ଷା ବି ବାତିଲ ହେଇଯାଇଛି । ତେବେ ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଉଚ୍ଚଶିକ୍ଷା ବିଭାଗ ସମୀକ୍ଷା ବୈଠକ ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୭ ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା ରହିଛି । ତେଣୁ ଏହାପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ ବୋଲି ସୂଚନା ମିଳିଛି […]

You May Like

Pin It on Pinterest