ପ୍ରକାଶ ପାଇଲା ‘ସିବିଏସ୍‌ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ: ପାସ୍‌ ହାର ୮୭.୩୩%

ବାସ୍ତବ ବ୍ୟୁରୋ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ର (ସିବିଏସ୍‌ଇ) ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍‌ଇ’ କହିଛି। ଚଳିତ ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ  ଉଭୟ ପୁଅ ଓ ଝିଅମାନଙ୍କ ପାସ୍‌ ହାର କମ୍‌ ହୋଇଛି। ଗତବର୍ଷ ୯୧.୨୫% ଛାତ୍ର ପାସ୍‌ କରିଥିବା ବେଳେ ଚଳିତ ବର୍ଷ ୮୪.୬୭% ଛାତ୍ର ପାସ୍‌ କରିଛନ୍ତି। ସେହିପରି, ଗତବର୍ଷ ୯୪% ଛାତ୍ରୀ ପାସ୍‌ କରିଥିବା ବେଳେ ଚଳିତବର୍ଷ ୯୦.୬୮% ଛାତ୍ର ପାସ୍‌ କରିଛନ୍ତି।

ସେହିପରି, ଚଳିତ ବର୍ଷ ପାସ୍‌ ହାର ୯୯.୯୧% ଥାଇ ତିରୁଅନନ୍ତପୁରମ୍‌ ସର୍ବୋଚ୍ଚ ପାସ୍‌ ହାର ଅଞ୍ଚଳ ହୋଇଥିବା ବେଳେ ୭୮.୦୫% ପାସ୍‌ ହାର ଥାଇ ପ୍ରୟାଗରାଜ ସର୍ବନିମ୍ନ ସ୍ତରରେ ରହିଛି ବୋଲି ବୋର୍ଡ ସୂଚନା ଦେଇଛି।

ଅଶ୍ବସ୍ତିକର ପ୍ରତିଦ୍ବନ୍ଦ୍ବିତା‌ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ, ଦ୍ବିତୀୟ ଅଥବା ତୃତୀୟ ଶ୍ରେଣୀ ପ୍ରଦାନ କରାଯିବ ନାହିଁ ବୋଲି ‌‘ସିବିଏସ୍‌ଇ’ କହିଛି। କିନ୍ତୁ, ବିଭିନ୍ନ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ୦.୧% ଶିକ୍ଷାର୍ଥୀମାନଙ୍କୁ ‘ମେରିଟ୍‌ ସାର୍ଟିଫିକେଟ୍‌’ ପ୍ରଦାନ କରାଯିବ।

ସେୟାର କରନ୍ତୁ

Next Post

ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୬୦୦ ତଳେ...

Fri May 12 , 2023
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହ୍ରାସ ପାଇ ୨୦,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୫୮୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ […]

You May Like

Breaking News

Pin It on Pinterest