ରାଜ୍ୟରେ ୨୧ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ…

summer

ବାସ୍ତବ ବ୍ୟୁରୋ: ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିବ। ୪୨ ଡିଗ୍ରି ଡେଇଁଯିବ ଅଧିକାଂଶ ସହର। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରି ମଧ୍ୟରେ ରହିବ।

ସ୍ଥାନେ ସ୍ଥାନେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ ସୂଚନାନୁଯାୟୀ, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ସହରର ତାପମାତ୍ରା ଗୁରୁବାର ୪୩ ଡିଗ୍ରି ଏବଂ ଶୁକ୍ରବାର ୪୪ ଡିଗ୍ରି ଉପରେ ରହିବ। ୨୦ ଓ ୨୧ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରି ଏବଂ ରାଉରକେଲା, ସୁନ୍ଦରଗଡ଼, ନୂଆପଡ଼ା, ଭବାନୀପାଟଣା, ଅନୁଗୁଳ ସହର ୪୩ ଡିଗ୍ରି ଡେଇଁଯାଇପାରେ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ଓ ଦକ୍ଷିଣ ଓଡ଼ିଶାର କିଛି ସହରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଗୁରୁବାର ଉପକୂଳ ଓ ସଂଲଗ୍ନ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ

Thu May 18 , 2023
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ । କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତି‌ରେ ପରୀକ୍ଷାଫଳ ପ୍ରକାଶ ପାଇଛି। ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥିରେ ବୋର୍ଡ ସଭାପତି ରମାଶିଷ ହାଜରା ଓ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି। ଏଥର ପାସ୍ ହାର ରହିଛି ୯୬.୪ ପ୍ରତିଶତ। […]

You May Like

Pin It on Pinterest