ପ୍ରକାଶ ପାଇଲା ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ

ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ୨୦୨୩ ମାଟ୍ରିକ୍‌ ପରୀକ୍ଷାଫଳ । କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତି‌ରେ ପରୀକ୍ଷାଫଳ ପ୍ରକାଶ ପାଇଛି। ମନ୍ତ୍ରୀ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥିରେ ବୋର୍ଡ ସଭାପତି ରମାଶିଷ ହାଜରା ଓ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି।

ଏଥର ପାସ୍ ହାର ରହିଛି ୯୬.୪ ପ୍ରତିଶତ। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଗତ ବର୍ଷ ତୁଳନାରେ ଏ ବର୍ଷ ପରୀକ୍ଷାଫଳ ଭଲ ହୋଇଛି। ଛାତ୍ରଙ୍କ ତୁଳନାରେ ଏଥର ଛାତ୍ରୀମାନଙ୍କର ପାସ୍ ହାର ଅଧିକ ରହିଛି।

ଦିନ ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ। ଏହା ବ୍ୟତୀତ ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ ବୋଲି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Next Post

ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା

Thu May 18 , 2023
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, “ଗତବର୍ଷ କୋରନା ସଂକ୍ରମଣ ଉପମୁହାଁ ଥିଲା ଏଥିପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା। କିନ୍ତୁ ଏଥର ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ପରୀକ୍ଷା କରାଯିବ। ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ।”  ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ […]

You May Like

Pin It on Pinterest