
ଜୟନ୍ତ ଶତପଥୀ(ଡେରାବିଶ):୧୮/୦୫/୦୨୩- 5T ସଚିବ ଭିକେ ପାଣ୍ଡିଆନ ଙ୍କ କେନ୍ଦ୍ରାପଡ଼ା ଗ୍ରସ୍ତ ସମୟରେ ପ୍ରଥମ ଦିବସ ପାଟକୁରା ନିର୍ବାଚନ ମଣ୍ଡଳୀ ର ବିଭିନ ଧାର୍ମିକ ପୂଜା ସ୍ଥଳୀ ଓ ସ୍କୁଲ କଲେଜ ପରିଦର୍ଶନ କରିଥିଲେ ।ନିଜ ପ୍ରତିଶୃତି ମୁତାବକ 5T ସଚିବ ପ୍ରଥମେ ସ୍କୁଲ ଓ କଲେଜ କୁ ଅନୁଦାନ ରାଶି ଯୋଗାଇବା ପରେ ପାଟକୁରା ନିର୍ବାଚନ ମଣ୍ଡଳୀ ର ତିନି ବ୍ଲକ ଡେରାବିଶ, ମାର୍ଶାଘାଇ ଓ ଗରଦପୁର ବ୍ଲକ ର ବିଭିନ ଧାର୍ମିକ ଅନୁଷ୍ଠାନ ର ଉନ୍ନତି କରଣ ପାଇଁ ୯ କୋଟି ୪୪ ଲକ୍ଷ୍ୟ ଟଙ୍କା ଅନୁମୋଦନ କରିଛନ୍ତି।
କେବଳ ଡେରାବିଶ ବ୍ଲକ ର ବିଭିନ ମନ୍ଦିର ଓ ଦରଘା ପାଇଁ ୬ କୋଟି ୯୪ ଲକ୍ଷ୍ୟ ଟଙ୍କା ଅନୁଦାନ ରାଶି ଯୋଗାଇ ଦେଇଛନ୍ତି ।ଏନେଇ ଆଜି ପାଟକୁରା ବିଜେଡି ପକ୍ଷରୁ ଡେରାବିଶ ଦଧିବାମନ ଜୀଉ ମନ୍ଦିର ପରିସର ରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲାଙ୍କ ଦ୍ୱାରା କୃତଜ୍ଞତା ସଭା ଆୟୋଜିତ କରାଯାଇଥିଲା । ଏହି ସଭାରେ ଡେରାବିଶ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ ।ଧାର୍ମିକ ପୀଠ ସ୍ଥଳୀ କୁ ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ ଙ୍କୁ ପାଟକୁରା ବିଜେଡି ନେତା ଓ କର୍ମୀ ଏକତ୍ରିତ ହୋଇ କୃତଜ୍ଞତା ଜ୍ଞାପନ କରିଥିଲେ ।
5ଟି ସଚିବ ଙ୍କ ଗ୍ରସ୍ତ ସମୟରେ ପାଟକୁରା ର ଅନେକ ପୁରାତନ ମଠ ଓ ମନ୍ଦିର ପରିଦର୍ଶନ ସମୟରେ,ପନ୍ଦର ଦିନ ଭିତରେ ମନ୍ଦିର ଗୁଡିକ ର ଉନ୍ନତି ପାଇଁ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ନିଜ ପ୍ରତିଶୃତି ରକ୍ଷlକରି 5ଟି ସଚିବ ଅନୁଦାନ ରାଶି ଯୋଗାଇ ଦେଇ ଥିବା ରୁ ଅଞ୍ଚଳ ବାସି ଓ ନେତୃତ୍ୱ ବୃନ୍ଦ ଭିକେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସଭାରେ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ମଳିକ , ଧନେଶ୍ୱର ସେଠୀ, ପ୍ରମୋଦ ରଥ ଆତ୍ମା ଅଧକ୍ଷ ଗଣେଶ୍ୱର ବେହେରା, ଯୋଗାନନ୍ଦ ମହାନ୍ତି, ଗୋଲାରହାଟ ପୂର୍ବତନ ସରପଞ୍ଚ ତ୍ରିଲୋଚନ ରାଉତ, ଶ୍ରୀମନ୍ତ ରାଉତରାୟ, ମନୀନ୍ଦ୍ର ରଥ, ବୈରାଗୀ ପଣ୍ଡା, ଦିଲ୍ଲୀପ ଦାଶ , ଦୀପକ ଦାଶ, ଦେବରାଜ ମହାପାତ୍ର, ପ୍ରମୋଦ ଭଦ୍ର, ଚନ୍ଦ୍ରକାନ୍ତ ପ୍ରଧାନ, ରମାକାନ୍ତ ପରିଡା, ସାରଦା ଶର୍ମା, ଇଣ୍ଡାଳ ସରପଞ୍ଚ ଜୋଛନା ମୟୀ ବେହେରା, ଏବଂ ବିଜୁ ଜନତା ଦଳର ଅନେକ ଦଳୀୟ କର୍ମୀ ଯୋଗଦାନ କରିଥିଲେ ।