ପ୍ରକାଶ ପାଇଲା UPSCର ସିଭିଲ ସର୍ଭିସ ପରୀକ୍ଷା ଫଳ…

ବାସ୍ତବ ବ୍ୟୁରୋ: ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍-୪ରେ ୪ଜଣ ଯୁବତୀ ଥିବା ଦେଖାଯାଇଛି। ଈଶିତା କିଶୋର ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ୍ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି।

ଅନ୍ତିମ ଫଳାଫଳରେ ନିଯୁକ୍ତି ପାଇଁ ମୋଟ ୯୩୩ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩୪୫ ପରୀକ୍ଷାର୍ଥୀ ଜେନେରାଲ, ୯୯ ପରୀକ୍ଷାର୍ଥୀ ଇଡବ୍ଲୁଏସ, ୨୬୩ପରୀକ୍ଷାର୍ଥୀ ଓବିସି, ୧୫୪ପରୀକ୍ଷାର୍ଥୀ ଏସସି ଏବଂ ୭୨ପରୀକ୍ଷାର୍ଥୀ ଏସଟି ବର୍ଗର। ଏହା ସହ ୧୭୮ପ୍ରାର୍ଥୀଙ୍କ ଏକ ରିଜର୍ଭ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୯୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ ୨୬ ଜଣ ଅଛନ୍ତି। ସେହିପରି ଏହି ୨୬ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ଅଛନ୍ତି।

ଏହି ସୂଚୀରେ ଓଡ଼ିଶାରୁ ୩୮ତମ ସ୍ଥାନରେ ଅନୁପ ଦାସ୍, ୪୨ତମ ସ୍ଥାନରେ ପ୍ରଣିତା ଦାସ୍, ୫୮- ଦୀକ୍ଷିତା ଯୋଶୀ, ୬୬ସ୍ଥାନରେ କ୍ରିତିକା ମିଶ୍ର, ୬୭ସ୍ଥାନରେ କସ୍ତୁରୀ ପଣ୍ଡା, ୭୩ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ସ୍ଥାନରେ ପ୍ରଶାନ୍ତ ରାଜ, ୧୦୬ସ୍ଥାନରେ ସିଦ୍ଧାର୍ଥ ମିଶ୍ର , ୧୩୬ସ୍ଥାନରେ ସୌମ୍ୟରଂଜନ ଦାସ, ୧୪୦ସ୍ଥାନରେ ସୋନାଲି ମିଶ୍ର, ୧୬୨ସ୍ଥାନରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୪୮ସ୍ଥାନରେ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ, ୨୬୧ସ୍ଥାନରେ ସତ୍ୟ ପ୍ରକାଶ ମିଶ୍ର ,୩୩୪- ଆୟୁଷୀ ପ୍ରଧାନ, ୪୦୧- କୃତିକା ମିଶ୍ର, ୪୦୫-ରଶ୍ମୀ ପ୍ରଧାନ, ୫୧୬- ତେଜସ୍ବିନୀ ବେହେରା,ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ ରହିଛନ୍ତି।

ସୂଚନାନୁଯାୟୀ, ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ଜୁନ୍ ୫ ତାରିଖରେ ପ୍ରିଲିମ ପରୀକ୍ଷା ହୋଇଥିଲା। ଏହାର ଫଳ ଜୁନ ୨୨ ତାରିଖରେ ପ୍ରକାଶ ପାଇଥିଲା। ୧୧ ଲକ୍ଷ ୩୫ ହଜାର ୬୯୭ ଜଣ ଆବେଦନ କରିଥିବା ବେଳେ ୫ ଲକ୍ଷ ୭୩ ହଜାର ୭୩୫ ଜଣ ପ୍ରିଲିମ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ହଜାର ୯୦ ଜଣ ଲିଖିତ (ମେନ୍‌) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମେନ୍ ପରୀକ୍ଷା ସେପ୍ଟେମ୍ବର ୧୬ରୁ ୨୫ ମଧ୍ୟରେ ହୋଇଥିଲା ଓ ଏହାର ଫଳାଫଳ ଡିସେମ୍ବର ୬ରେ ପ୍ରକାଶ କରାଯାଇଥିଲା। ୨୫୨୯ ଜଣଙ୍କୁ ସାକ୍ଷାତକାର ପାଇଁ ଡକା ଯାଇଥିଲା। ସାକ୍ଷାତକାର ପରୀକ୍ଷା ମେ’ ୧୮ରେ ଶେଷ ହୋଇଥିଲା। ଆଉ ଆଜି ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି।

ସେୟାର କରନ୍ତୁ

Next Post

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ....

Tue May 23 , 2023
ସେୟାର କରନ୍ତୁ

You May Like

Pin It on Pinterest