ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲେ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ….

 ସଂଜୟ ଶତପଥୀ(କଟକ):ତା.୨୩.୦୫-ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ, କଟକ ଜିଲ୍ଲା ତରଫରୁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଭାରତବର୍ଷରେ ଭାରତ ସରକାରଙ୍କ ଦ୍ୱାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ବଳା ଗ୍ୟାସ୍ ଯୋଗାଇ ଦିଆଗଲା । ଯାହା ଫଳରେ କୋଟି କୋଟି ଲୋକ ଉପକୃତ ହେଲେ । ଯାହାକି ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ସଭାସମିତିରେ ଭାଷଣ ମାଧ୍ୟମରେ କହିଛନ୍ତି।

ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦି ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ସେମାନେ ସରକାରଙ୍କର ଏହି ଯୋଜନାକୁ ସଫଳ କରିବା ଦିଗରେ ସହଯୋଗର ହାତ ବଢ଼ାଇଥିଲେ । ଓଡ଼ିଶାରେ କାର୍ଯ୍ୟ ରତ ଉଜ୍ଜ୍ବଳା ଦିଦି ମାନଙ୍କର କିଛି ଦାବି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ, କଟକ ଜିଲ୍ଲା ତରଫରୁ ମାନ୍ୟବର କଟକ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । 

ଦାବି ଗୁଡ଼ିକ ମଧ୍ୟରେ ଉଜ୍ଜ୍ବଳା ଦିଦି ମାନଙ୍କୁ କାର୍ଯ୍ୟ ଦେବା ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରିବା, ସମସ୍ତ ଉଜ୍ଜ୍ୱଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦେବା, ଉଜ୍ଜ୍ବଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର ବରିଷ୍ଠ କର୍ମକର୍ତ୍ତା ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ଉଜ୍ଜ୍ବଳା ଦିଦି ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । 
ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ଉପଦେଷ୍ଟା ଜ୍ୟୋତ୍ସ୍ନା ରାଣୀ ସିଂ, କଟକ ଜିଲ୍ଲା ସଂଯୋଜିକା ମନୋରମା ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।

               
       
ସେୟାର କରନ୍ତୁ

Next Post

ଶେଷହେଲା ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା

Wed May 24 , 2023
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର): ଭଞ୍ଜନଗର ମା ଠାକୁରାଣୀଙ୍କ ଐତିହାସିକ ଯାତ୍ରା ୨୧ ଦିନ ବ୍ୟାପି ଯାତ୍ରା ର ଶେଷ ଦିନ ଆଜି।୨୧ ଦିନ ମଧ୍ୟରେ ମା ଭଞ୍ଜନଗର ବିଭିନ୍ନ ସାହି ବୁଲି ଭକ୍ତଙ୍କ ପୂଜା ପାଇଥିଲେ।ପ୍ରତ୍ୟକଦିନ ବହୁ ପଟୁଆର ସବୁ ବାହାରି ନଗର ଭ୍ରମଣ ହୋଇଥିଲା। ସହରର ବିଭିନ୍ନ ଜାଗାରେ ମିନା ବଜାର, ଦୋଳି, ଅପେରା ସବୁ ହୋଇଥିଲା ।ଭଞ୍ଜନଗର ସହର ର ପାଖେ ପାଖି ଗ୍ରାମ ମାନଙ୍କରୁ ଜନସମାଗମ ହୋଇ […]

You May Like

Pin It on Pinterest