
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର): ଭଞ୍ଜନଗର ମା ଠାକୁରାଣୀଙ୍କ ଐତିହାସିକ ଯାତ୍ରା ୨୧ ଦିନ ବ୍ୟାପି ଯାତ୍ରା ର ଶେଷ ଦିନ ଆଜି।୨୧ ଦିନ ମଧ୍ୟରେ ମା ଭଞ୍ଜନଗର ବିଭିନ୍ନ ସାହି ବୁଲି ଭକ୍ତଙ୍କ ପୂଜା ପାଇଥିଲେ।ପ୍ରତ୍ୟକଦିନ ବହୁ ପଟୁଆର ସବୁ ବାହାରି ନଗର ଭ୍ରମଣ ହୋଇଥିଲା।
ସହରର ବିଭିନ୍ନ ଜାଗାରେ ମିନା ବଜାର, ଦୋଳି, ଅପେରା ସବୁ ହୋଇଥିଲା ।ଭଞ୍ଜନଗର ସହର ର ପାଖେ ପାଖି ଗ୍ରାମ ମାନଙ୍କରୁ ଜନସମାଗମ ହୋଇ ଆସୁଥିଲା।ସହର ର ମୁଖ୍ୟ ରାସ୍ତାରେ ୨୧ ଦିନ ବ୍ୟାପି ରାଜ୍ୟର ବିଭିନ୍ନ ନାମିଦାମୀ କଳାକାର ଓ ସ୍ଥାନୀୟ କଳାକାର ମାନେ ସଙ୍ଗୀତ ନୃତ୍ୟ ପରିବେଷଣ କରିଥିଲେ।ଭଞ୍ଜନଗର ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ ,ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ସୋରଡା ବିଧାୟକ ପୁର୍ଣ ସ୍ୱାଇଁ,ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା ଓ ଭଞ୍ଜନଗର ବିଜ୍ଞାପିତ ଅଂଚଳ ଅଧକ୍ଷ୍ୟ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ମା ଙ୍କ ନଗର ପରିକ୍ରମା ସମୟରେ ଆନ୍ଧ୍ର, ମହାରାଷ୍ଟ୍ର ପ୍ରଭୁତି ସ୍ଥାନରୁ ଅଘୋରି ନୃତ୍ୟ ଓ ବିଭିନ୍ନ ଦେବଦେବୀଙ୍କ ନୃତ୍ୟ ପରିବେଷଣ ହୋଇଥିଲା ଗତ କାଲି ମାଙ୍କ ସିଂହ ବାହିନୀ ବେଶ ଭକ୍ତଙ୍କୁ ଆକୃଷ୍ଟ କରିଥିଲା ମା ସିଂହ ଉପରେ ଉପବେଶନ କରିଥିଲେ।୨୧ଦିନ ବ୍ୟାପି ଠାକୁରାଣୀ ଯାତ୍ରା ସରିଲା ପରେ ମା ମଧ୍ଯ ରାତ୍ରରେ ପାରମ୍ପରିକ ଶଗଡ ରେ ନିଜ କୁଲାଦ ସ୍ଥିତ ନିଜ ମନ୍ଦିର କୁ ଫେରିଲେ ଓ ଏହି ସମୟରେ ଭଞ୍ଜନଗର ବାସୀଙ୍କ ଓ ଯାତ୍ରା କମିଟି ଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ଗୋଟିଏ ଭାବବିହୁଳ ମୁହୂର୍ତ ରେ ମାଙ୍କ ଯାତ୍ରା ସମାପନ ହୋଇଥିଲା ।ଏହି ଐତିହାସିକ ଯାତ୍ରା ସୁରୁଖୁରୁରେ ସାରିଥିବାରୁ ଯାତ୍ରା କମିଟି ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।



