ଠିକାସଂସ୍ଥାର ମନମାନି ପାଇଁ ଚାଲିଗଲା ଦିନମଜୁରିଆ ଜୀବନ ….

ବାସ୍ତବବ୍ୟୁରୋ(ଢେଙ୍କାନାଳ): ତା ୨୬: ୦୫ ଢେଙ୍କାନାଳ ଜିଲ୍ଲା ଗଁଅଦିଆ ବ୍ଲକ ପାଞ୍ଚକେନ୍ଦୁ ( ଟୋଲଙ୍କପାଟିଆ ) ଗ୍ରାମର ମାନସ ପାତ୍ର ବୟସ ୪୬ ବର୍ଷ ଆଜି ସନ୍ଧ୍ୟା ୬ଘଟିକା ସମୟରେ ଶୌଚ ହେବାପାଇଁ ଯାଇ ନାଳରେ ପଡି ମୃତ୍ୟୁବରଣ କରିଛନ୍ତି ।

ସୁଚନା ଅନୁଯାଇ, ଟୋଲଙ୍କପାଟିଆ ଗ୍ରାମଦେଇ ଯାଇଥିବା ଚତୁରୀ ନାଳରେ ମାନସ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି।ଏହି ଗ୍ରାମର ସମସ୍ତ ଅଧିବାସୀ ଓ ଗୃହପାଳିତ ପଷୁ ଏହି ଚତୁରୀନଳ ଉପରେ ନିର୍ଭରକରନ୍ତି ।ସବୁଦିନ ପରି ଆଜି ସଂଧ୍ୟାରେ ଘରୁ ନାଳକୁ ଯାଉଛି କହି ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ । ତାଙ୍କ ବଡ ପୁଅ ଖୋଜା ଖୋଜି କରି ନପାଇବାରୁ ନାଳ ପଠାରେ ବାପାଙ୍କ ଚପଲ ପିନ୍ଧି ଥିବା କପଡା ଦେଖିଲା ପରେ ଗ୍ରାମର ଲୋକମାନଙ୍କ ସହାୟତାରେ ଆସି‌ ନାଳରେ ଖୋଜିବାପରେ ଠିକା ସଂସ୍ଥା ଦ୍ୱାରା ଖନନ ହୋଇଥିବା ଗଭୀର ଟାପୁ ପାଣି ମଧ୍ୟରୁ ଗ୍ରାମର ଯୁବକ ହଟକିଶୋର ଶୁରେଶ ଏବଂ ସନାତନ ବୁଡି ରହିଥିବା ମାନସଙ୍କ ଶରୀର କୁ ନାଳ ଉପରକୁ ଉଠେଇବା ପରେ ଆମ୍ବୁଲାନ୍ସ ସହାୟତାରେ ଚଣ୍ଡିଖୋଲ ସିସ୍ଥ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

ଏଠି ଜନ ସାଧାରଣଙ୍କ ପ୍ରଶ୍ନ ଯେ ଚତୁରୀ ନାଳ ଗର୍ଭରେ ଠିକା ନିର୍ମାଣ କରୀ ସଂସ୍ଥା ସରକାରଙ୍କ ଜଳସେଚନ ପ୍ରକଳ୍ପ ଗଢା ହେଉଥିବା ଚେକ ଡ୍ୟାମରେ ଆଜି ଗୋଟିଏ ଦିନମଜୁରିଆର ଅକାଳରେ ଜୀବନ ଚାଲିଯାଇଛି । ଗ୍ରାମର ବୁଦ୍ଧିଯିବିଙ୍କ କହିବା ମୁତାବକ ସେହି ପ୍ରକଳ୍ପ ଗଢା ହେଉଥିବା ସ୍ଥାନରେ ଠିକା ସଂସ୍ଥା ମେସିନ ଲଗାଇ ବୃହତ୍ ଗଭିର ହ୍ରଦ ସଦୃଶ୍ୟ ନାଳରେ ବିଭିନ୍ନ ସ୍ଥାନରେ ଖନନ କରିଛି । ସେହି ଖନନ ଗଭୀର ଚାରି ପାଶ୍ୱର୍ରେ କୌଣସି ବିପଦପୂର୍ଣ୍ଣ ଥିବା ସୂଚନା ଫଳକ କି ବାରିକେଟର ବ୍ୟବସ୍ଥା ନଥିବାରୁ ଆଜି ମାନସଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

ଦିନ ମଜୁରିଆ ଭାବେ ମାନସ ପରିବାର ପ୍ରତିପୋଷଣରେ କରିଥାନ୍ତି। ଘରେ ତାଙ୍କର ସ୍ତ୍ରୀ ଆଉ ଦୁଇ ପୁଅ ବଡ ପୁଅ ୧୩ ବର୍ଷ ସାନ ପୁଅ ୯ ବର୍ଷ ବେସାହାରା ହୋଇପଡିଛନ୍ତ। ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି।

ସେୟାର କରନ୍ତୁ

Next Post

କଟକ ମହାନଗର ବିଜୁ ଯୁବ ଜନତା ଦଳ, ବାରବାଟୀ କଟକ ର ୱାର୍ଡ ସ୍ତରୀୟ ବୈଠକ ଏବଂ ନୂତନ ଯୁବ ୱାର୍ଡ ସଭାପତି ଙ୍କ ନାମ ଘୋଷଣା...

Sun May 28 , 2023
ସଂଜୟ ଶତପଥୀ(କଟକ): ଶନିବାର ସନ୍ଧ୍ୟାରେ କଟକ ଟାଉନ ହଲ ଠାରେ କଟକ ମହାନଗର ବିଜୁ ଯୁବ ଜନତା ଦଳ ତଥା ବାରବାଟୀ କଟକ ଯୁବ ବିଜେଡି ତରଫରୁ କଟକ ମହାନଗର ଯୁବ ସଭାପତି ସୌମ୍ୟଦୀପ ଘୋଷ ଏବଂ ବାରବାଟୀ ଯୁବ ବିଜେଡି ସଭାପତି ସୟଦ ଜଲିଲ ଙ୍କ ନେତୃତ୍ୱ ରେ ବାରବାଟୀ କଟକ ର ୱାର୍ଡ ସ୍ତରୀୟ ବୈଠକ ଏବଂ ନୂତନ ୩୨ ଗୋଟି ୱାର୍ଡ ର ଯୁବ ସଭାପତି […]

You May Like

Pin It on Pinterest